ସମୁଦ୍ର ମଧ୍ୟ ଦେଇ ଚେନ୍ନାଇ ଓ ପୋର୍ଟ ବ୍ଲେୟାର୍‌କୁ ସଂଯୋଗ କରୁଥିବା ୨୩୦୦ ‌କିଲୋମିଟର୍ ଦୀର୍ଘ ଅପ୍‌ଟିକାଲ୍ ଫାଇବର୍ କେବଲ୍ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୋଦୀ

ନୂଆଦିଲ୍ଲୀ: ଚେନ୍ନାଇ ଓ ପୋର୍ଟ ବ୍ଲେୟାର୍‌କୁ ସଂଯୋଗ କରୁଥିବା ସମୁଦ୍ର ମଧ୍ୟସ୍ଥ ୨୩୦୦ ‌କିଲୋମିଟର୍ ଦୀର୍ଘ ଅପ୍‌ଟିକାଲ୍ ଫାଇବର୍ କେବଲ୍ ପ୍ରକଳ୍ପ ଉଦ୍‌ଘାଟନ କରିବେ ମୋଦୀ। ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଦୂର ସଂଚାର ସଂଯୋଗ ବଢ଼ାଇବା ଲାଗି ଉଦ୍ଦିଷ୍ଟ ଏହି ପ୍ରକଳ୍ପକୁ ସୋମବାର ଦିନ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରି ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

ସମୁଦ୍ର ମଧ୍ୟସ୍ଥ ଏହି ଅପ୍‌ଟିକାଲ୍ ଫାଇବର୍‌ କେବଲ୍ ପୋର୍ଟବ୍ଲେୟାର୍‌ ସହ ସ୍ବରାଜ ଦ୍ବୀପ, ଲିଟିଲ୍‌ ଆଣ୍ଡାମାନ, କାର୍‌ ନିକୋବର୍, କାମୋର୍ତା, ଗ୍ରେଟ୍ ନିକୋବର, ଲଙ୍ଗ୍ ଆଇଲାଣ୍ଡ୍‌ ଏବଂ ରଙ୍ଗାତ୍‌କୁ ସଂଯୋଗ କରିବ।

Image Courtesy of Zee News

ଏହି ପ୍ରକଳ୍ପ ଦ୍ବାରା ଭାରତର ଅନ୍ୟାନ୍ୟ ଅଞ୍ଚଳ ଭଳି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ମୋବାଇଲ୍ ଓ ଲ୍ୟାଣ୍ଡ୍‌ଲାଇନ୍ ଟେଲିଯୋଗାଯୋଗ ଦ୍ରୁତତର ଓ ନିର୍ଭରଯୋଗ୍ୟ ହୋଇପାରିବ।

୨୦୧୮, ଡିସେମ୍ବର ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ପୋର୍ଟ ବ୍ଲେୟାର୍‌ରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିବା ଏହି ପ୍ରକଳ୍ପରେ କବଲ୍ ବିଛାଇବା ନିମନ୍ତେ ୧୨୨୪ କୋଟି ଟଙ୍କା ବ୍ୟୟ ହୋଇଛି। ଏହି ପ୍ରକଳ୍ପ ଦ୍ବାରା ସେକେଣ୍ଡ୍‌ ପ୍ରତି ଡାଟା ସ୍ପିଡ୍ ହେବ ୪୦୦ ଗିଗାବାଇଟ୍। ଏହାଛଡ଼ା, ସମ୍ପ୍ରତି ଇଣ୍ଟନେଟ୍‌ ଲାଗି ବିପୁଳ ଅର୍ଥ ବ୍ୟୟ କରୁଥିବା ଦ୍ବୀପର ଅଧିବାସୀଙ୍କ ବ୍ୟୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ।

 

 

 

ସମ୍ବନ୍ଧିତ ଖବର