ଆଜି ଉତ୍ତର ପ୍ରଦେଶର ୩୧ଟି ଜିଲ୍ଲାରେ ‘ଆତ୍ମନିର୍ଭର ଉତ୍ତର ପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଆଜି ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ୩୧ଟି ଜିଲ୍ଲାରେ ‘ଆତ୍ମନିର୍ଭର ଉତ୍ତର ପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିବେ। ଭର୍ଚ୍ୟୁଆଲ୍ ଶୁଭାରମ୍ଭ ବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏହି ରୋଜଗାର ଯୋଜନା ସଂକ୍ରାନ୍ତରେ ଛଅଟି ଜିଲ୍ଲାର ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପ କରିବେ।

କର୍ମସଂସ୍ଥାନ ଯୋଗାଣ, ଆଞ୍ଚଳିକ ଉଦ୍ୟୋଗର ବିକାଶ, ଶିଳ୍ପସଂଘ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ସହ ଅଂଶୀଦାର ସୃଷ୍ଟି କରି ରୋଜଗାର ସୁଯୋଗ ଯୋଗାଇ ଦେବା ପାଇଁ ଏହି ଉପକ୍ରମ ମାଧ୍ୟମରେ ଧ୍ୟାନ ଦିଆଯିବ।

Image Courtesy of Hindustan Times

ପ୍ରୟାଗରାଜ, ବାରାଣସୀ, ରାଏବରେଲି, ଅଯୋଧ୍ୟା, ଦେଓରିଆ, ଆମେଠି, ଗାଜିପୁର, ସିଦ୍ଧାର୍ଥନଗର, ଗୋଣ୍ଡା, ମହାରାଜଗଞ୍ଜ, ବରାଇଚ, ବଳରାମପୁର, ଜଉନପୁର, ହାର୍ଦୋଇ, ଆଜମଗଡ଼, ବସ୍ତି, ଗୋରଖପୁର, ସୁଲତାନପୁର, କୁଶିନଗର, ସନ୍ଥ କବୀର ନଗର, ବଣ୍ଡା, ଅମ୍ବେଦକର ନଗର, ସୀତାପୁର, ପ୍ରତାପଗଡ଼, ଲକ୍ଷ୍ମୀପୁର ଖେରି, ଉନ୍ନାଓ, ଶ୍ରାବସ୍ତି, ଫତେପୁର, ମିର୍ଜାପୁର, ଜଲାଉନ୍ ଏବଂ କୌସାମ୍ବି ଆଦି ଉତ୍ତର ପ୍ରଦେଶର ୩୧ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯିବ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଉତ୍ତର ପ୍ରଦେଶକୁ ପ୍ରାୟ ୩୦ ଲକ୍ଷ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସେଥି ମଧ୍ୟରୁ ଉପରୋକ୍ତ ୩୧ଟି ଜିଲ୍ଲାକୁ ଫେରିଛନ୍ତି ପ୍ରାୟ ୨୫, ୦୦୦ ପ୍ରବାସୀ ଶ୍ରମଜୀବୀ।

‘‌ରୋଜଗାର୍‌ କା ନୟା ଅଭିଯାନ, ହର୍ ଶ୍ରମିକ୍‌ କୋ କାମ୍’ ନାମରେ ଏକ ନୂଆ ସ୍ଲୋଗାନ୍‌ ମଧ୍ୟ ଏହି ଯୋଜନାକୁ ଦିଆଯାଇଛି

ସମ୍ବନ୍ଧିତ ଖବର