ଶୌଚ ପାଇଁ ଯାଉଥିବା ବେଳେ ବୃଦ୍ଧାଙ୍କୁ ଦଳିଦେଲା ହାତୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ରେଞ୍ଜ୍ ପୋଢ଼ବାହାଲ ଗାଁରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ମାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଡ଼ିହି ପଞ୍ଚାୟତ ଅନ୍ତର୍ଗତ ପୋଢ଼ବାହାଲ ଗାଁର ମିନି ଉରମାଲ୍(୭୭) ସକାଳୁ ଶୌଚ ପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ସେ ହାତୀକୁ ପଦଖି ଚିତ୍କାର କରିଥିଲେ। ହେଲେ ତାହା ଘଞ୍ଚ ଜଙ୍ଗଲ ହୋଇଥିବା କାରଣରୁ ତାଙ୍କ ଚିତ୍କାର କାହାରି କାନରେ ପଡ଼ି ନ ଥିଲା।

ହାତୀ ମିନି ଉରମାଲଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ହେମଗିରି ବନ ରେଞ୍ଜର କର୍ମଚାରୀମାନେ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର