ପାଟନାରେ ପୁଲିସ-ଚାଷୀ ମୁହାଁମୁହିଁ: ଲାଠିମାଡ଼ରେ ବହୁ ଚାଷୀ ଆହତ

ପାଟନା : ପାଟନାରେ ଆଜି ହଜାର ହଜାର ସଂଖ୍ୟାରେ ଚାଷୀ ନୂଆ କୃଷି ଆଇନ ରଦ୍ଦ ଦାବିରେ ରାଜଭବନ ଅଭିମୁଖେ ଯାତ୍ରା କରିଥିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ପାଟନାର ପ୍ରସିଦ୍ଧ ଗାନ୍ଧୀ ମଇଦାନ୍‌ରୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ପୁଲିସ ଡାକ ବଙ୍ଗଳା ଚୌକ୍‌ ନିକଟରେ ଏହି ଯାତ୍ରାକୁ ବ୍ୟା‌ରିକେଡ୍‌ ବ୍ୟବହାର କରି ବନ୍ଦ କରିଦେଇଥିଲା। ଫଳରେ ପୁଲିସ ଏବଂ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପୁଲିସ ଚାଷୀଙ୍କ ଉପରେ ଲାଠିମାଡ଼ କରିଥିବାବେଳେ ଚାଷୀମାନେ ପୁଲିସକୁ ଟଣା ଓଟରା କରିଥିବା ଜଣାପଡ଼ିଛି। ବରିଷ୍ଠ ପୁଲିସ ଅଧୀକାରୀ ବିନୟ ତିୱାରୀ କହିଛନ୍ତି, ଯେଉଁ ସ୍ଥାନରେ କୃଷକମାନଙ୍କୁ ଆଗକୁ ଯିବାକୁ ଦିଆଯାଇନଥିଲା ତାହା ଏକ ନିଷିଦ୍ଧା‌ଞ୍ଚଳ ଥିଲା। ତେଣୁ ସେମାନଙ୍କୁ ଆଗକୁ ଯିବାକୁ ଦିଆଯାଇନଥିଲା। ପୁଲିସ ଲାଠିମାଡ଼ରେ ବହୁ ସଂଖ୍ୟାରେ ଚାଷୀ ଆହତ ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ସଂଗଠନ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର