ଦୁଷ୍କର୍ମ ପୀଡ଼ିତାଙ୍କୁ ଦୁଷ୍କର୍ମ କଲା ପୁଲିସ

ଭିୱାଣ୍ଡି : ମହାରାଷ୍ଟ୍ରରେ ଜଣେ ପୁଲିସ ଦୁଷ୍କର୍ମ ପୀଡ଼ିତାଙ୍କୁ ଦୁଷ୍କର୍ମ କରି ଫେରାର୍‌ ହୋଇ ଯାଇଛନ୍ତି। କୋନ୍‌ଗାଓଁ ଥାନାର ରୋହନ ଗଂଜରି ନାମକ ଜଣେ ପୁଲିସ ଗତ ଏକବର୍ଷ ହେବ ଜଣେ ୨୬ ବର୍ଷୀୟା ଦୁଷ୍କର୍ମ ପୀଡ଼ିତାଙ୍କ ମାମଲାର ତଦନ୍ତ କରୁଥିବାବେଳେ ସେ ନିଜେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ରୋହନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କିନ୍ତୁ ରୋହନ ଏବେ ଫେରାର୍‌ ଅଛନ୍ତି। ସୂଚନାନୁଯାୟୀ, ଦୁଷ୍କର୍ମ ପୀଡ଼ିତାଙ୍କ ଏଫଆଇଆର୍‌ରେ ପୁଲିସ ଜାଣିଶୁଣି ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ନାମ ରଖିଥିଲା। ତେବେ ପୀଡ଼ିତା ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ନାମ ହଟାଇବାକୁ ଚାହିବାରୁ ପୁଲିସ ତାଙ୍କୁ ବ୍ଲାକମେଲ୍‌ ଆରମ୍ଭ କରିଦେଇଥିଲା ଏବଂ ଦୁଷ୍କର୍ମ କରିଥିଲା।

ସମ୍ବନ୍ଧିତ ଖବର