ଆଣ୍ଡାମାନ ଜନଜାତିଙ୍କ ଦ୍ୱାରା ନିହତ ଆମେରିକୀୟଙ୍କ ଶବ ଉଦ୍ଧାର କରିବାକୁ ବିଶେଷଜ୍ଞମାନଙ୍କ ସହାୟତା ଲୋଡୁଛି ପୁଲିସ

ପୋର୍ଟ ବ୍ଲେୟାର୍‌: ସଂରକ୍ଷିତ ତଥା ଅସାମାଜିକ ଜନଜାତିଙ୍କ ଦ୍ୱାରା ନିହତ ଆମେରିକୀୟ ଧର୍ମଯାଜକଙ୍କ ଶବ ଖୋଜିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବାକୁ ପୁଲିସ ନୃତତ୍ତ୍ୱବିତ୍‌ ଏବଂ ବିଶେଷଜ୍ଞମାନଙ୍କ ସହାୟତା ନେଉଥିବା କଥା ଆଣ୍ଡାମାନ ଏବଂ ନିକୋବର ଡିଜିପି ଦେପେନ୍ଦ୍ର ପାଠକ ଗୁରୁବାର ଦିନ କହିଛନ୍ତି।

ଘଟନା ସଂକ୍ରାନ୍ତରେ ଅଧିକ ଜାଣିବାକୁ ୨୭ ବର୍ଷିୟ ଜନ୍‌ ଆଲେନ୍‌ ଚାଉଙ୍କ ଲିଖିତ ୧୩ ପୃଷ୍ଠାସମ୍ବଳିତ ଜର୍ଣ୍ଣାଲ୍‌କୁ ମଧ୍ୟ ପୁଲିସ ଅନୁଶୀଳନ କରୁଛି। ଏହାକୁ ଚାଉଙ୍କ ସ୍ଥାନୀୟ ଯୋଗସୂତ୍ରକାରୀ ଆଲେକ୍‌ଜାଣ୍ଡାର୍‌ ପୁଲିସକୁ ଦେଇଥିଲେ।

ଚାଉଙ୍କୁ ସମ୍ଭବତଃ ଧନୁଶରରେ ହତ୍ୟା କରାଯାଇଛି। କିନ୍ତୁ, ଆଣ୍ଡାମାନ ପୁଲିସ ପିଆର୍‌ଓ ଯତୀନ ନର୍‌ଓ୍ଵାଲ୍‌ ବୁଧବାର ଦିନ କହିଥିଲେ ଯେ ଏହା ତଦନ୍ତର ବିଷୟ। ସେ କହିଥିଲେ କି ପାରମ୍ପରିକ ଅସ୍ତ୍ର ତାଙ୍କ ମୃତ୍ୟୁର କାରଣ। ସେ ଆହୁରି କହିଥିଲେ କିଏ ତାଙ୍କୁ ତୀର କିଂବା ବର୍ଚ୍ଛା ଯୋଗେ ହତ୍ୟା କରାଯାଇଛି ତାହା କହି ହେବ ନାହିଁ।

ପାଠକ କହିଛନ୍ତି ଯେ ଘଟନାସ୍ଥଳରେ ପହଞ୍ଚି ଶବ ତଲାସ କରିବାକୁ ଏକ ଯୋଜନା ପ୍ରସ୍ତୁତ କରିବାକୁ ଭାରତୀୟ ନୃତତ୍ତ୍ୱ ସର୍ବେକ୍ଷଣର ବିଶେଷଜ୍ଞ, ବନ ବିଭାଗ, ଶିକ୍ଷାବିତ୍‌ ଏବଂ ରାଜ୍ୟ ଜନଜାତି ମଙ୍ଗଳ ବିଭାଗ ସହ ଯୋଗାଯୋଗ କରାଯାଇଛି।

ବିଶେଷ କିଛି ନ କହି ଏ ସଂକ୍ରାନ୍ତରେ କିଛିଟା ସଫଳତା ମିଳିଲାଣି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର