ଧାରା‌ ୩୭୦ ଉଚ୍ଛେଦ ପ‌ରେ କଶ୍ମୀରରେ ପ୍ରଥମ ଏନ୍‌କାଉଣ୍ଟର : ଜମ୍ମୁ କଶ୍ମୀର ପୁଲିସ୍‌ ଏସ୍‌ପିଓ ସହିଦ

ଶ୍ରୀନଗର : ଧାରା ୩୭୦ ହଟାଯିବା ପରଠାରୁ ଜମ୍ମୁ କଶ୍ମୀରରେ କୌଣସି ଏନ୍‌କାଉଣ୍ଟର ହୋଇନଥିଲା। ତେବେ ପ୍ରଥମ ଥର ପାଇଁ ଗତ ରାତିରେ ବାରମୁଳା ଜିଲ୍ଲାରେ ଏନ୍‌କାଉଣ୍ଟର ହୋଇଛି। ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଏନ୍‌କାଉଣ୍ଟର ସମୟରେ ଜଣେ ଜମ୍ମୁ କଶ୍ମୀର ପୁଲିସ ଏସ୍‌ପିଓ ସହିଦ ହୋଇ ଯାଇଛନ୍ତି ଏବଂ ଅନ୍ୟଜଣେ ଆହତ ହୋଇଛନ୍ତି। ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆଜି ଭୋର ୫.୩୦ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା । ଏନ୍‌କାଉଣ୍ଟରରେ ଏସ୍‌ପିଓ ବାଇଲାଲ୍‌ ସହିଦ ହୋଇଛନ୍ତି ଏବଂ ଅମରଦୀପ ଆହତ ହୋଇଛନ୍ତି। ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ତା’ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କଶ୍ମୀରରେ ଏବେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ସହ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଏହା ସତ୍ତ୍ବେ ଆତଙ୍କବାଦୀମାନେ ଅନେକ ସ୍ଥାନରେ ସକ୍ରିୟ ହୋଇଉଠିଥିବା ନେଇ ଗୁଇନ୍ଦା ରିପୋର୍ଟ ମିଳିଛି।

ସମ୍ବନ୍ଧିତ ଖବର