ଛତିଶଗଡ଼ର ରାଜନନ୍ଦଗାଓଁରେ ଜଣେ ପୁଲିସ ସହିଦ ଓ ୪ ମାଓବାଦୀ ନିହତ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ଗୁଳିବିନିମୟ ଘଟି ଜଣେ ପୁଲିସ ସବ୍-ଇନ୍‌ସ୍‌ପେକ୍ଟର୍‌ ସହିଦ ଓ ଚାରିଜଣ ମାଓବାଦୀ ନିହତ ହୋଇଛନ୍ତି।

ମାନପୁର ଥାନା ଅନ୍ତର୍ଗତ ପର୍‌ଧୋନି ଗାଁ ନିକଟରେ ଏହି ଏନ୍‌କାଉଣ୍ଟର୍ ଚାଲିଥିଲା।

ରାଜନନ୍ଦଗାଓଁର ସହକାରୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଜିଏନ୍ ବାଘେଲ୍ କହିଛନ୍ତି, ଚାରିଜଣ ନକ୍ସଲ୍‌ଙ୍କ ଶବ, ଗୋଟିଏ ଏକେ-୪୭ ରାଇଫଲ୍, ଗୋଟିଏ ଏସ୍‌ଏଲ୍‌ଆର୍ ଅସ୍ତ୍ର ଏବଂ ଦୁଇଟି .୩୧୫ ବୋର୍ ରାଇଫଲ୍ ଉଦ୍ଧାର କରାଯାଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ୨୦୦୯ ମସିହା ଜୁଲାଇ ମାସରେ ଏହି ଅଞ୍ଚଳରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଭିକେ ଚୌବେଙ୍କ ସମେତ ଅଣତ୍ରିଶଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର