ଜଳ ନେଉଛି ଜୀବନ : ଜଳବାହିତ ରୋଗରେ ପ୍ରତିଦିନ ଦେଶରେ ୭ଜଣ ଲୋକଙ୍କର ମୃତ୍ୟ ଘଟୁଛି!

ନୂଆଦିଲ୍ଲୀ : ଜଳ ପାଇଁ ଯାଉଛି ଜୀବନ। ଜଳବାହିତ ରୋଗରେ ଦେଶରେ ପ୍ରତିଦିନ ୭ଜଣ ଲୋକଙ୍କର ମୃତ୍ୟ ଘଟୁଛି। ଏନେଇ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ହେଲଥ୍ ଇଣ୍ଟେଲଜେନ୍ସ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଖୁଲାସା ହୋଇଛି। ସେହିପରି ପ୍ରତିଦିନ ୩୬ ହଜାରରୁ ଅଧିକ ଲୋକ ବିଭିନ୍ନ ଜଳବାହିତ ରୋଗରେ ସଂକ୍ରମିତ ହେଉଛନ୍ତି।

Pinterest

ସବୁଠାରୁ ବଡ଼ କଥା ହେଲା କି, ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ଜଳବାହିତ ରୋଗରେ ୧୧ହଜାର ୭ଶହ ୬୮ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ୭.୬ କୋଟି ଲୋକ ଏଭଳି ରୋଗ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୦୧୮ରେ କଲେରା, ଡାଇରିଆ, ଟାଇଫଏଡ୍, ହେପାଟାଇଟିସ୍ ଆଦି ରୋଗରେ ୨ ହଜାର ୪ ଶହ ୩୯ ଲୋକଙ୍କର ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ଅନ୍ୟପଟେ ଏହି ରିପୋର୍ଟ କହୁଛି ଯେ, ଜଳ ଜନିତ ରୋଗରେ ସଂକ୍ରମିତ ହେଉଥିବା ରୋଗରେ ପାଖାପାଖି ୧ ହଜାର ୪ ଶହ ୫୦ ଜଣ ୫ ବର୍ଷରୁ କମ୍ ବୟସ୍କ ଶିଶୁ ରହିଛନ୍ତି। ୨୦୧୮ରେ ୫ ଶହ ୮୪ ଜଣଙ୍କର ହେପାଟାଇଟିସରେ ମୃତ୍ୟୁ ଘଟିଛି। ୨୦୧୪ଠାରୁ ମୃତକଙ୍କ ସଂଖ୍ୟା ବଢୁଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।

NPR

ଏହି ରିପୋର୍ଟ ସାରା ଭାରତବାସୀଙ୍କୁ ଆତଙ୍କିତ କରିଛି। କୁଢ଼ କୁଢ଼ ଅଳିଆ ଆବର୍ଜନା ନଦୀ ନାଳରେ ଫିଙ୍ଗିବା ଏବଂ ବିଶେଷ କରି ପଲିଥିନର ପାର୍ଦୁଭାବ ମାତ୍ରାଧିକ ହେବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ଯଦି ଏହାକୁ ବେଳହୁଁ ରୋକାନଯାଏ ତେବେ ଏହା ଆଗକୁ ଅଧିକ ଭୟଙ୍କରରୂପ ଧାରଣ କରିବ ବୋଲି ପରିବେଶବିତ୍‌ମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର