ଇଞ୍ଜିନ୍‌ରେ ନିଅାଁ ଲାଗିଥିବା ଆଶଙ୍କାରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

କୋଲ୍‌କାତା: ଶୁକ୍ରବାର ସନ୍ଧ୍ୟାରେ ୭୬ ଜଣ ଯାତ୍ରୀ ଏବଂ ୬ ଜଣ ପରିଚାରକଙ୍କୁ ନେଇ କୋଲ୍‌କାତାରୁ ଗୌହାଟୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ କରିବାର ଅଧଘଣ୍ଟା ପରେ ଶୂନ୍ୟରେ ନିଅାଁ ଲାଗି ଯାଇଥିବା ଆଶଙ୍କାରେ ଜରୁରୀ ଅବତରଣ କରିଥିଲା। ନିଅାଁ ଲିଭାଇବା ଏବଂ ଯାତ୍ରୀଙ୍କୁ ଉଦ୍ଧାର କରିବା ନିମନ୍ତେ ଅବତରଣ ସ୍ଥଳରେ ଦମକଳ ଓ ଆମ୍ବୁଲାନ୍‌ସ୍‌ ପ୍ରସ୍ତୁତ କରି ରଖାଯାଇଥିଲା। କିନ୍ତୁ ବିମାନଟି ଅବତରଣ କରିବା ପରେ ସେଥିରେ ନିଅାଁର ଚିହ୍ନବର୍ଣ୍ଣ ନ ଥିଲା।

୬ଇ୫୭୩ ବିମାନ କୋଲ୍‌କାତା ବିମାନ ବନ୍ଦରରୁ ସନ୍ଧ୍ୟା ସାଢ଼େ ଆଠଟାରେ ୧ ଟଙ୍କା ୧୫ ମିନିଟ୍‌ ଯାତ୍ରା ନିମନ୍ତେ ଉଡ଼ାଣ ଆରମ୍ଭ କଲା। ପନ୍ଦର ମିନିଟ ପରେ କ୍ୟାପ୍‌ଟେନ୍‌ କକ୍‌ପିଟ୍‌ରେ ସତର୍କ ସୂଚନା ଦେଉଥିବା ଲାଇଟ୍‌ ଦେଖିଲେ। ବିମାନରେ ନିଅାଁ ଲାଗିଥିଲେ ଏ ଭଳି ଲାଇଟ୍‌ ଜଳିଥାଏ। ତୁରନ୍ତ ସେ ଏଟିସିଙ୍କ ସହ ଯୋଗାଯୋଗ କଲେ। ଘଟଣା ବିଷୟରେ ଜଣାଇବା ପରେ ବିମାନଟିକୁ ଫେରାଇ ନିଆଯାଇ ଜରୁରୀ ଅବତରଣ ପାଇଁ ଅନୁମତି ମଗାଗଲା।

ରନ୍‌େଓ୍ଵରେ ଜରୁରୀକାଳୀନ ଗାଡ଼ି ସବୁ ଥାଇ ସେ ବିମାନଟି ରାତି ୯ଟା ବେଳେ ଅବତରଣ କଲା। ପ୍ରମୁଖ ପ୍ରତିକାର ବ୍ୟବସ୍ଥା ସ୍ୱରୂପ ଗାଡ଼ି ସବୁ ଏବଂ ଡାକ୍ତରୀ ଦଳ ବିମାନଟିକୁ ଅନୁସରଣ କରି ବେ’ ନମ୍ବର ୨୫ ଆଡ଼କୁ ଅଗ୍ରସର ହେଲେ। ବିମାନ ମଧ୍ୟରୁ ଯାତ୍ରୀ ଏବଂ ପରିଚାରକମାନଙ୍କୁ ସଫଳତାର ସହ ବାହାରକୁ ଅଣାଗଲା।

ତୁରନ୍ତ ଇଞ୍ଜିନିୟର୍‌ମାନେ ବିମାନଟିକୁ ଯାଞ୍ଚ କରି ଦେଖିଲେ ସେଥିରେ ନିଅାଁ ଲାଗି ନାହିଁ। କୌଣସି ବୈଷୟିକ ଅସୁବିଧା ହେତୁ ଫଲ୍‌ସ୍‌ ଓ୍ଵାର୍ଣ୍ଣିଙ୍ଗ୍‌ ହୋଇଥାଇ ପାରେ ବୋଲି ଏୟାର୍‌ଲାଇନ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର