‘ଉଜ୍ଜଳା’ ମହାଦୁର୍ନୀତି : ଅଢେଇ ହଜାର ନେଇ ଋଣରେ ଗ୍ୟାସ୍‌

ରାଜନଗର : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗରିବ ପରିବାରର ଗୃହିଣୀଙ୍କୁ ମାଗଣା ଗ୍ୟାସ ସ˚ଯୋଗ ନାଁରେ ଶୋଷଣ କରାଯାଉଛି। ବିତରକମାନେ ବିଭିନ୍ନ ପଏଣ୍ଟରେ ସବ୍‌ସେଣ୍ଟର ଖୋଲି ହିତାଧିକାରୀମାନଙ୍କୁ ଶୋଷଣ କରୁଛନ୍ତି। ହିତାଧିକାରୀଙ୍କଠାରୁ ୧୫ଶହ ଟଙ୍କାରୁ ଅଢେଇ ହଜାର ଟଙ୍କା ପର୍ଯ୍ୟନ୍ତ ନିଆଯାଇ ଲୋନରେ ଗ୍ୟାସ ସ˚ଯୋଗ ଦିଆଯାଇଛି। କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍‌ ଅନ୍ତର୍ଗତ ତାଳଚୁଆ, ବାଘମାରି ପଞ୍ଚାୟତରେ ଶତାଧିକ ଗୃହିଣୀ ଏପରି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ରାଜନଗର ବ୍ଲକ ତାଳଚୁଆ ପଞ୍ଚାୟତ ଭପ୍ରସାଦ ଗାଁର ଆଦିବାସୀ ମହିଳା ଛବି ମୁଣ୍ତା ଉଜ୍ଜଳା ଯୋଜନାରେ ଗ୍ୟାସ ସ˚ଯୋଗ ନେବା ପାଇଁ ଗର୍ତ ଗଣ୍ତିଆ ବଜାରରେ ଗ୍ୟାସ କାଉଣ୍ଟର ଖୋଲିଥିବା କାର୍ତ୍ତିକ ଦଳପତିଙ୍କୁ କାଗଜପତ୍ର ଦେଇଥିଲେ। ସେ ଛବିଙ୍କ ନାଁରେ ୨୦୧୬ ସେପ୍ଟେମ୍ବର ୧୨ ତାରିଖରେ ଗ୍ୟାସ ସ˚ଯୋଗ ଉଠାଇ ଟ୍ରଲର ମାଲିକଙ୍କୁ ବିକ୍ରି କରିଦେଇଥିଲେ। ବାରମ୍ବାର ଦୌଡିବା ପରେ ଚଳିତବର୍ଷ ଜୁନ ମାସରେ ଅଢେଇ ହଜାର ଟଙ୍କା ଦେଲେ ଗ୍ୟାସ ମିଳିବ ବୋଲି କହିଥିଲେ। ମାଗଣାରେ ଗ୍ୟାସ୍‌ ମିଳିବ ବୋଲି ଭାବି କାଗଜପତ୍ର ଦେଇଥିଲେ ବୋଲି ଛବି କହିଥିଲେ ବି କାର୍ତ୍ତିକ ଶୁଣି ନ ଥିଲେ। ଜୁନରେ ପ୍ରବଳ ବର୍ଷା ଯୋଗୁଁ ଚୂଲିରେ ପାଣି ପଶିଯାଇଥିଲା। ଦୁଇଦିନ ରୋଷେଇ ବନ୍ଦ ରହିବା ଫଳରେ ବାଧୢ ହୋଇ ଚାଉଳ ବିକ୍ରି କରି ୨ ହଜାର ଟଙ୍କା ଦେଇ ଗ୍ୟାସ ସ˚ଯୋଗ ଆଣିଥିଲେ ବୋଲି ଛବି କହିଛନ୍ତି। ଗ୍ୟାସ ଓ ଚୂଲା ସାଙ୍ଗରେ ବଣ୍ତ ଓ ଗ୍ୟାସ ବହି ଦେଇଛନ୍ତି। ବଣ୍ତରେ ତାଙ୍କ ନାଁରେ ୨୦୧୬ ସେପ୍ଟେମ୍ବର ୧୬ରୁ ଗ୍ୟାସ ଲୋନ୍‌ରେ ଉଠିଥିବା ଦର୍ଶାଯାଇଛି। ସେହି ଗାଁର ଅବନ୍ତୀ କଳାଙ୍କ ସ୍ତ୍ରୀ ଭାରତୀ ଦୁଇ ବର୍ଷ ତଳେ ଗ୍ୟାସ ପାଇଁ ସବ୍‌ଏଜେଣ୍ଟ କାର୍ତ୍ତିକଙ୍କୁ କାଗଜପତ୍ର ଦେଇଥିଲେ। ସେ ଦେଢ ବର୍ଷ ଧରି ଦୌଡାଇ ଦୌଡାଇ ୮ମାସ ତଳେ ଗ୍ୟାସ ଓ ଚୂଲା ଦେଇଛନ୍ତି। ଗ୍ୟାସ ଓ ଚୂଲା ଦେଲା ବେଳେ ୨ହଜାର ୫ଶହ ଟଙ୍କା ନେଇଛନ୍ତି। କୌଣସି କାଗଜପତ୍ର ଦେଇନାହାନ୍ତି। ରାଜପାଟଣା ଗାଁର ମର୍ଜିନା ବିବି, ମୁ ବିବି, ଝୁମେରା ବିବି, ଆମ୍ବେୟା ବିବି, ବୁଲବୁଲ ବିବି, ଭ˚ଜପ୍ରସାଦ ଗାଁର ମନି ମୁଣ୍ତା, ମେନକା ଘଡାଇ, ଜ୍ୟୋତି ପ୍ରସାଦ ଗାଁର ରହିମା ବିବି, ହସିନା ବିବି, ଗୁଲଜାନ ବିବି ପ୍ରମୁଖଙ୍କ ନାଁରେ ଦୁଇବର୍ଷ ତଳୁ ରାଜନଗରସ୍ଥିତ ଏମଏସ ଇଣ୍ତେନ ବିତରକଙ୍କ ନିକଟରୁ ଗ୍ୟାସ ସ˚ଯୋଗ ଉଠାଇ କଳାବଜାରରେ ଟ୍ରଲର ମାଲିକଙ୍କୁ ବିକ୍ରି କରିଦିଆଯାଇଥିଲା। ହିତାଧିକାରୀମାନେ କାଗଜପତ୍ର ନେଇଥିବା ସବଏଜେଣ୍ଟ ପାଖକୁ ବାରମ୍ବାର ଦୌଡିବା ପରେ ଏବେ ୧୫ଶହରୁ ୨୫ଶହ ଟଙ୍କା ଦେଇ ଗ୍ୟାସ ସ˚ଯୋଗ ପାଇଛନ୍ତି। ଭପ୍ରସାଦ, ଜ୍ୟୋତିପ୍ରସାଦ, ରାଜପାଟଣା, ଖାସମୁଣ୍ତା, ଗିରିଆପାହି, ଦୋଳସାହି, ଉଦ୍ୟାନ, ଶୈଳେନ୍ଦ୍ର ସରାଇ, କେରୁଆଁପାଳ, ଗର୍ତ ଗାଁର ଶହେରୁ ଅଧିକ ମହିଳା ଏହି ଠକେଇର ଶିକାର ହୋଇଛନ୍ତି।

ସମ୍ବନ୍ଧିତ ଖବର