ପୁଣି ଶରଦ ପାଓ୍ବାରଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, ଗତ ୧୫ ଦିନରେ ୩ୟ ଭେଟ

ନୂଆଦିଲ୍ଲୀ : ରାଜନୈତିକ ରଣନୀତିକାର ପ୍ରଶାନ୍ତ ଭୂଷଣ ଆଜି ପୁଣିଥରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ସାକ୍ଷାତ କରିଛନ୍ତି । ମିଳିଥିବା ଖବର ଅନୁସାରେ ପ୍ରଶାନ୍ତ କିଶୋର ପାଓ୍ବାରଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ । ଏହି ଆଲୋଚନା ପ୍ରାୟ ଘଣ୍ଟା ଧରି ଚାଲିଥିଲା ।

ଗତ ୧୫ ଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ଏହା ହେଉଛି ୩ୟ ସାକ୍ଷାତ । ତେବେ ଗତକାଲି ପାଓ୍ବାରଙ୍କ ଘରେ ବିଭିନ୍ନ ବିରୋଧୀ ଦଳର ନେତାମାନେ ବୈଠକ କରିବାର ଦିନକ ପରେ ଏହି ସାକ୍ଷାତ ହୋଇଥିବାରୁ ଏହାକୁ ଗୁରୁତ୍ବ ଦିଆଯାଉଛି ।
ଗତ ଜୁନ ୧୧ରେ ପ୍ରଶାନ୍ତ କିଶୋର ମୁମ୍ବାଇଠାରେ ପାଓ୍ବାରଙ୍କୁ ଭେଟିଥିଲେ । ୨ୟ ଥର ପାଇଁ ସେ ଗତ ସୋମବାରଦିନ ପାଓ୍ବାରଙ୍କୁ ଭେଟିଥିଲେ । ଏହି ବୈଠକ ପରେ ଜୁନ ୨୨ରେ ପାଓ୍ବାରଙ୍କ ଦିଲ୍ଲୀ ବାସଭବନରେ କଂଗ୍ରେସ ବ୍ୟତୀତ ବିଭିନ୍ନ ବିରୋଧୀ ଦଳର ନେତାମାନେ ଏକାଠି ହୋଇଥିଲେ । ଏହି ଦଳମାନଙ୍କ ମଧ୍ୟରେ ଥିଲେ ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟୀ, ରାଷ୍ଟ୍ରୀୟ ଲୋକଦଳ, ଆମ ଆଦମି ପାର୍ଟି ଓ ବାମ ଦଳ । ଦେଶରେ ଏକ ଅଣକଂଗ୍ରେସ ଓ ଅଣ ବିଜେପି ୩ୟ ସାମୁଖ୍ୟ ଗଢିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର