ବର୍ଷକ ତଳେ ଭିତରକୁ ଛଡ଼ା ଯାଇ ନ ଥିଲା, ଏବେ ମାଲିକ ଭାବେ ସେଠାକୁ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ମାତ୍ର ବର୍ଷକ ଭିତରେ ପରିସ୍ଥିତି କେମିତି ବଦଳି ଯାଏ ତାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମାତ୍ର ବର୍ଷକ ତଳେ ବିହାରର ରାଜ୍ୟପାଳ ଥିବା ବେଳେ ଶ୍ରୀ କୋବିନ୍ଦ ହିମଚଳ ପ୍ରଦେଶରରେ ଥିବାର ରାଷ୍ଟ୍ରପତିଙ୍କ ଇଷ୍ଟେଟ୍‌ର ମଶୋବ୍ରା ରିିଟ୍ରେଟ୍‌ ଭିତରକୁ ପଶି ପାରି ନ ଥିଲେ। ଆବଶ୍ୟକ ଅନୁମତି ପତ୍ର ନ ଥିବାରୁ ସୁରକ୍ଷା କର୍ମୀ ତାଙ୍କୁ ଭିତରକୁ ଛାଡ଼ି ନଥିଲେ।ସର୍ବଦା ସୁରକ୍ଷା ଘେର ଭିତରେ ରହୁଥିବାଏହି ଇଷ୍ଟେଟ୍‌ ଭିତରକୁ ପଶି ନପାରି ଶ୍ରୀ କୋବିନ୍ଦ ସେଦିନ ଫେରି ଆସିଥିଲେ ,ମାତ୍ର ଆଜି ସେହି ଇଷ୍ଟେଟ୍‌ର ସାମ୍ବିଧାନିକ ମାଲିିକ ହେଉଛନ୍ତି ଶ୍ରୀ କୋବିନ୍ଦ। ଆସନ୍ତା ସୋମବାର ଦିନ ଶ୍ରୀ କୋବିନ୍ଦ ମାଶୋବ୍ରା ରିିଟ୍ରେଟ୍‌୍‌ ବିଲ୍ଡିଂକୁ ପରିଦର୍ଶନରେ ଯିବେ। ସେଠାରେ ତାଙ୍କୁ ରାଷ୍ଟ୍ରପତି ଭାବେ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀ କୋବିନ୍ଦ ସେଠାରେ ୩ ଦିନ ପାଇଁ ରହଣି କରିବେ।
ସୂଚନାଯୋଗ୍ୟ ଯେ ୨୦୧୭ ମସିହା ଜୁନ୍‌ ମାସରେ ଶ୍ରୀ କୋବିନ୍ଦ ବିହାରର ରାଜ୍ୟପାଳ ଥିବା ବେଳେ ପରିବାର ସହିତ ସିମଲା ଗେଷ୍ଟ ହାଉସରେ ହିମାଚଳ ପ୍ରଦେଶର ରାଜ୍ୟପାଳଙ୍କ ଅତିଥିଭାବେ ରହୁଥିବା ବେଳେ ଦିନେ ସିମଲା ଠାରୁ ୧୪ କିଲୋମିଟର ଦୂର ରାଷ୍ଟ୍ରପତି ରିଟ୍ରେଟ୍‌କୁ ଯାଇ ଏହି ଐତିହାସିକ କୋଠା ଦେଖିବୁ ଚାହିଁଥିଲେ। ମାତ୍ର ରାଷ୍ଟ୍ରପତିଙ୍କ ଅନୁମତି ପତ୍ର ନ ଥିବାରୁ ସେଠାରେ ମୂତୟନ ସୁରକ୍ଷା କର୍ମୀ ତାଙ୍କୁ ସେହି କୋଠା ଭିତରକୁ ଛାଡ଼ି ନ ଥିଲେ। ତେବେ ସେତେବେଳେ କୋବିନ୍ଦ କିଛି ନ କହି ଚୁପ୍‌ଚାପ ଫେରି ଆସିଥିଲେ। ଆଉ ଆସନ୍ତାକାଲିି ସେ ସେଠାକୁ ଯିବା ବେଳେ କାହାରି ଅନୁମତିର ଆବଶ୍ୟକତା ନାହିଁ। କାରଣ ସେ ହେଉଛନ୍ତି ସେହି ଇଷ୍ଟେଟ୍‌ର ସାମ୍ବିଧାନିକ ମାଲିକ।
ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତିଙ୍କ ରିିଟ୍ରେଟ୍‌ ୧୮୫୦ ମସିହାରେ ନିର୍ମାଣ କରାଯାଇଥିଲା । ୯୮୭ ବର୍ଗ ମିଟର ଅଞ୍ଚଳ ପରିମିତ ଏହି କୋଠା ୧୮୫୯ର ବ୍ରିଟିଶ ଅଧିନକୁ ଆସଇଥିଲା। ପରେ ଏହି ରାଷ୍ଟ୍ରପତିଙ୍କ ଇଷ୍ଟେଟ୍‌ ଭାବେ ରାଷ୍ଟ୍ରପତି ଭବନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରଯାଉଛି। ହାଇଦ୍ରାବାଦରେ ରାଷ୍ଟ୍ରପତି ନିଳୟମ ପରେଏହା ଦ୍ୱିତୀୟ ରିିଟ୍ରେଟ୍‌ ଯାହାକି ରାଷ୍ଟ୍ରପତିଭବନ ଦ୍ୱାରା ପରିଚାଳିତ ହୋଇଥାଏ।

ସମ୍ବନ୍ଧିତ ଖବର