କେନ୍ଦ୍ରୀୟ ସଂସ୍ଥାର ‘ପ୍ରତିଶୋଧ ପରାୟଣତା’ ଓ ‘ଚାପ’ ହିଁ ହେଉଛି ଟିଏମ୍‌ସି ସାଂସଦ ତାପସ ପଲ୍‌ଙ୍କ ମୃତ୍ୟୁର କାରଣ: ମମତା ବାନାର୍ଜୀ

କୋଲକାତା: କେନ୍ଦ୍ର ସରକାରଙ୍କର ଅଧୀନରେ ରହିଥିବା ତଦନ୍ତକାରୀ ସଂସ୍ଥାର ‘ରାଜନୈତିକ ପ୍ରତିଶୋଧ ପରାୟଣତା’ ଓ ‘ମାତ୍ରାଧିକ ଚାପ’ କାରଣରୁ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ଅଭିନେତା ଓ ସାଂସଦ ତାପସ ପଲ୍‌ ଶେଷରେ ପ୍ରାଣ ହରାଇଛନ୍ତି ବୋଲି ଆଜି ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ।

ଉଲ୍ଲେଖାଯାଗ୍ୟ, ଦୁଇ ଦୁଇ ଥର ସାଂସଦ ରହିଥିବା ତାପସ ପଲ୍‌ ମାତ୍ର ୬୧ ବର୍ଷ ବୟସରେ ଗତ ମଙ୍ଗଳବାର ଦିନ ମୁମ୍ବାଇ ଠାରେ ହୃଦାଘାତରେ ପ୍ରାଣ ହରାଇଛନ୍ତି। ସ୍ୱର୍ଗତ ପଲ୍‌ ରୋଜ୍‌ ଭ୍ୟାଲି ଚିଟ୍‌ଫଣ୍ଡ ଦୁର୍ନୀତିରେ ଅନ୍ୟତମ ଅଭିଯୁକ୍ତ ରହିବା ସହ ପ୍ରାୟ ୧ ବର୍ଷରୁ ଅଧିକ କାଳ ଧରି ଜେଲରେ ରହିଥିଲେ।

India Tv

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଅଭିଯୋଗ କରି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ଅଧୀନରେ ରହିଥିବା ତଦନ୍ତକାରୀ ସଂସ୍ଥାର ‘ରାଜନୈତିକ ପ୍ରତିଶୋଧ ପରାୟଣତା’ ଓ ‘ମାତ୍ରାଧିକ ଚାପ’ କାରଣରୁ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ଅଭିନେତା ଓ ସାଂସଦ ତାପସ ପଲ୍‌ ଗଭୀର ମାନସିକ ଚାପରେ ରହିଥିଲେ ଏବଂ ଏହି ମାତ୍ରାଧିକ ଚାପ କାରଣରୁ ହିଁ ସେ ହୃଦାଘାତର ଶିକାର ହେଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର