ଜେଡିୟୁରେ ଫାଟ, ନୀତୀଶଙ୍କ ନୀତିକୁ ପ୍ରଶାନ୍ତ କିଶୋର, ପବନ ବର୍ମାଙ୍କ ବିରୋଧ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ପାଇଁ ଏବେ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍‌)ରେ ମତଭେଦ ଦେଖାଦେଇଛି। ବିଲ୍‌କୁ ଜେଡିୟୁ ସମର୍ଥନ ଦେବା ଦ୍ବାରା ଦଳର ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଏବଂ ପବନ ବର୍ମା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ କାଲି ଲୋକସଭାରେ ସିଏବି ଗୃହୀତ ହୋଇଥିଲା। ତେବେ ବିଲ୍‌କୁ ଜେଡିୟୁ ସମର୍ଥନ କରିବା ପରେ ପ୍ରଶାନ୍ତ କିଶୋର ଟ୍ବିଟ୍‌ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ବରିଷ୍ଠ ଜେଡିୟୁ ନେତା ପବନ ବର୍ମା ମଧ୍ୟ ସିଏବି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜେଡିୟୁର ଧର୍ମନିରପେକ୍ଷ ନୀତିକୁ ଏହା ବିରୋଧ କରୁଛି ଏବଂ ଏହି ବିଲ୍‌ ଅସାମ୍ବିଧାନିକ, ଭେଦଭାବପୂର୍ଣ୍ଣ ଏବଂ ଦେଶର ଏକତାକୁ ବିରୋଧ କରୁଛି ବୋଲି ସେ କହିଛନ୍ତି। ବିଲ୍‌ ସଂକ୍ରାନ୍ତ‌ରେ ଦଳର ନିଷ୍ପତ୍ତିକୁ ପୁନର୍ବିଚାର କରିବା ପାଇଁ ସେ ନୀତୀଶ କୁମାରଙ୍କୁ ଅନୁରୋଧ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର