ପ୍ରଫେସର ସୂର୍ଯ୍ୟମଣି ବେହେରାଙ୍କୁ ଜାତୀୟ ପୁରସ୍କାର

ଏମଏସଏମଇ ଜାତୀୟ ପୁରସ୍କାରରେ ଓଡ଼ିଶାକୁ ଗୋଟିଏ

ନୂଆଦିଲ୍ଲୀ : ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଓଡ଼ିଶାର ପ୍ରଫେସର ସୂର୍ଯ୍ୟମଣି ବେହେରାଙ୍କୁ ପ୍ରିଣ୍ଟ୍‌ ମିଡିଆ ମାଧ୍ୟମରେ ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରଚାର ଓ ପ୍ରସାରର ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ପୁରସ୍କାରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି। ଆଜି ନୂଆଦିଲ୍ଲୀରେ ଜାତୀୟ ବିଜ୍ଞାନ ଦିବସ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ୨୧ ଜଣଙ୍କୁ ରାଷ୍ଟ୍ରପତି ବିଜ୍ଞାନ ପ୍ରଯୁକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନେଇ ଜାତୀୟ ପୁରସ୍କାରରେ ପୁରସ୍କୃତ କରିଥିଲେ। ଏହି ଅବସରରେ ଡକ୍ଟର ବଳରାମ ମହାପାତ୍ର, ସିଦ୍ଧାର୍ଥ ରାଉତ ଓ ସୁଚିସ୍ମିତା ବେହେରାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଉତ୍ସବରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡ. ହର୍ଷବଦ୍ଧନ, ବିଜ୍ଞାନ ପ୍ରଯୁକ୍ତି ବିଭାଗର ସଚିବ ପ୍ରଫେସର ଆସୁତୋଷ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଏମଏସଏମଇ ଜାତୀୟ ପୁରସ୍କାରରେ ଓଡ଼ିଶାକୁ ଗୋଟିଏ
ନୂଆଦିଲ୍ଲୀ : ଏମଏସ୍‌ଏମଇ କ୍ଷେତ୍ରରେ ୫୧ଟି ଜାତୀୟ ପୁରସ୍କାର ମଧ୍ୟରୁ ଓଡ଼ିଶାକୁ ଗୋଟିଏ ପୁରସ୍କାରରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଥର ବ୍ରହ୍ମପୁର ରାଜେନ୍ଦ୍ର କୁମାର ମିଶ୍ରଙ୍କୁ କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ପୁରସ୍କୃତ କରିଛନ୍ତି। ମାଇକ୍ରୋ ଆଣ୍ଡ୍‌ ସ୍ମାଲ୍‌ ଏଣ୍ଟରପ୍ରାଇଜେସ୍ ଶ୍ରେଣୀରେ ତାଙ୍କୁ ଦ୍ବିତୀୟ ପୁରସ୍କାର ମିଳିଛି। ଏଥର ହରିୟାଣାକୁ ସର୍ବାଧିକ ୧୧ଟି ଓ ଗୁଜରାଟକୁ ୬ଟି ଏମଏସଏମଇ ଜାତୀୟ ପୁରସ୍କାର ମିଳିଛ।

ସମ୍ବନ୍ଧିତ ଖବର