ମହାନଦୀ ଅବବାହିକାରେ ଛତିଶଗଡ଼ର ୧୮୦୨ଟି ପ୍ରକଳ୍ପ ପ୍ରସ୍ତାବିତ ରହିଛି

ନୂଆଦିଲ୍ଲୀ : ମହାନଦୀ ଅବବାହିକାରେ ଛତିଶଗଡ଼ର ୧୮୦୨ଟି ପ୍ରକଳ୍ପ ପ୍ରସ୍ତାବିତ ରହିଛି। ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନଲାଲ କଟ୍ଟାରିୟା। ଫେବ୍ରୁଆରି ୭, ୨୦୦୩ରୁ ସେପ୍ଟେମ୍ବର ୩୦, ୨୦୧୬ ମଧ୍ୟରେ ଛତିଶଗଡ଼ର ୧୫ଟି ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ଟେକ୍ନୋ ଆଡଭାଇଜରି କମିଟି ଦ୍ବାରା ଅନୁମୋଦନ ପ୍ରଦାନ କରାଯାଇଛି। ଛତିଶଗଡ଼ ୨୩୬୫ଟି ପ୍ରକଳ୍ପ ନିର୍ମାଣ କରିଛି ଏବଂ ମହାନଦୀ ଅବବାହିକାରେ ୧୮୦୨ଟି ପ୍ରକଳ୍ପ ପ୍ରସ୍ତାବିତ ରହିଛି। ୨୦୧୩-୧୪ରେ ଛତିଶଗଡ଼ ରାଜ୍ୟକୁ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ଅନ୍ତର୍ଗତ ଏସଏମଇ ଯୋଜନାରେ କେନ୍ଦ୍ରୀୟ ସହାୟତା ପାଇଁ ସାମିଲ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ଛତିଶଗଡ଼କୁ ବର୍ତ୍ତମାନ ସୁଦ୍ଧା ୨୦୦.୩୭ କୋଟି ଟଙ୍କା ଜାରି କରାଯାଇଛି।

ସମ୍ବନ୍ଧିତ ଖବର