ଖାପ୍‌ ପଞ୍ଚାୟତର ଆକ୍ରମଣରୁ ଦମ୍ପତିଙ୍କୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଖାପ ପଞ୍ଚାୟତଗୁଡ଼ିକ ଆେଇନକୁ ହାତକୁ ନେଉଛନ୍ତି। ବିଶେଷ କରି ଭିନ୍ନ ଜାତି, ସମ୍ପ୍ରଦାୟ ଓ ଧର୍ମାବଲମ୍ବୀ ସାବାଳକସାବାଳିକା ବିବାହ କ୍ଷେତ୍ରରେ ଖାପ ପଞ୍ଚାୟତର ନିଷ୍ପତ୍ତି ଯୋଗୁଁ ଅନର କିଲିଂ ଭଳି ଘଟଣା ଘଟୁଥିବାରୁ ଏନେି ର୍ସର୍ବୋଚ୍ଚ ନ୍ୟାୟଳୟ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଏହିପରି ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଖାପ ପଞ୍ଚାୟତ ଉପରେ କଡ଼ା ଟିପ୍ପଣୀ ଦେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିବାହ ଏକ ଆିନଗତ ପ୍ରସଙ୍ଗ। ବିବାହ ବୈଧ କିମ୍ବା ଅବୈଧ ତାହା କୋର୍ଟ ଓ ଆଇନ ସ୍ଥିର କରିବ ବୋଲି କହିବା ସହିତ ଖାପ ପଞ୍ଚାୟତ ନିଜକୁ ଆତ୍ମନିଯୁକ୍ତ ବିବେକବନ୍ତ ବୋଲି ଭାବିବାରୁ ବିରତ ରହିବାକୁ କହିଛନ୍ତି।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯେତେବେଳେ ଦୁଇ ସାବାଳକ ବିବାହ କରନ୍ତି, ସେତେବେଳେ କେବଳ ଆଇନ ହିଁ ସେମାନଙ୍କ ବିବାହ ବୈଧ କିମ୍ବା ଅବୈଧ ତାହା ସ୍ଥିର କରିଥାଏ। ତେଣୁ ଏ ନେଇ ଖାଫ୍‌ ପଞ୍ଚାୟତ ସମ୍ପୃକ୍ତ ଦମ୍ପତିଙ୍କ ବିରୋଧରେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକାଳାପ କରିବା ଆଇନ ଦୃଷ୍ଟିରୁ ଅପରାଧ। ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ମଧ୍ୟ କହିଛନ୍ତି ଯେ ଆନ୍ତଃଜାତି, ଆନ୍ତଃଧର୍ମ, ଆନ୍ତଃବିଶ୍ୱାସୀଙ୍କ ମଧ୍ୟରେ ହେଉଥିବା ବିବାହ ଓ ଏହି ଦମ୍ପତିମାନଙ୍କ ସୁରକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ପୁଲିସ କମିଟି ଗଠନ କରିବାକୁ ବିବେଚନା କରୁଛନ୍ତି। ଏହି ପୁଲିସ କମିଟି ଖାପ୍‌ ପଞ୍ଚାୟତ, ଦମ୍ପତିଙ୍କ ପରିବାର ଓ ସମ୍ପର୍କୀୟମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପରୁ ସମ୍ପୃକ୍ତ ଦମ୍ପତିଙ୍କୁ ସୁରକ୍ଷିତ ରଖିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସମ୍ବନ୍ଧିତ ଖବର