ଲକକାଉନ୍ ୩.୦ : କଣ୍ଟେନମେଣ୍ଟ୍ ଜୋନ୍ ପାଇଁ କ’ଣ ନିୟମ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଲକଡାଉନ ମିଆଦକୁ ଆହୁରି ୨ ସପ୍ତାହ ପାଇଁ ବଢେଇ ଦେଇଛନ୍ତି । ଏବେ ଚାଲିଥିବା ଲକଡାଇନ ସମୟ ମେ ୩ରେ ସମାପ୍ତ ହେବାର ଥିଲା । କିନ୍ତୁ ଏବେ ତାହା ମେ ୧୭ ପର୍ଯ୍ୟନ୍ତ ଜାରି ରହିବ । ତେବେ ଏଥର ଲକଡାଉନ ନିୟମାବଳୀରେ କେତେକ ସଂଶୋଧନ କରାଯାଇଛି । ଗ୍ରୀନ ଜୋନ, ରେଡ ଜୋନ, ଅରେଞ୍ଜ ଜୋନ ଓ କଣ୍ଟେନମେଣ୍ଟ ଜୋନ ଗୁଡ଼ିକ ପାଇଁ ଅଲଗା ଅଲଗା ଗାଇଡଲାଇନ ଘୋଷଣା କରାଯାଇଛି ।
ସବୁଠାରୁ ଅଧିକ କଠୋର କଟକଣା କଣ୍ଟେନମେଣ୍ଟ ଜୋନଗୁଡ଼ିକ ପାଇଁ ଘୋଷଣା କରାଯାଇଛି । ଏହି ଜୋନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଏସଓପି ଲାଗୁ ହେବ ।

  • ଏହାଛଡ଼ା ନିମ୍ନ ଲିଖିତ କାର୍ଯ୍ୟକରାଯିବ ।
  •  ପ୍ରଶାସନ ପକ୍ଷରୁ ବ୍ୟାପକ କଣ୍ଟାକ୍ଟ ଟ୍ରେସିଂ କରାଯିବ ।
  •  ଲକ୍ଷଣ, ଯାତ୍ରା ଇତିହାସ, ସଂକ୍ରମିତଙ୍କ ସହିତ ସଂପର୍କକୁ ଲକ୍ଷ୍ୟ ରଖି ବ୍ୟକ୍ତିଙ୍କୁ କ୍ୱାରାଣ୍ଟାଇନ କରାଯିବ ।
  •  ଥଣ୍ଡା, ଜ୍ୱାର, ଶ୍ୱାସକ୍ରିୟାରେ ସମସ୍ୟା ଥିବା ଲୋକମାନଙ୍କର ନମୁନା ପରୀକ୍ଷଣ ।
  •  ଘରକୁ ଘର ବୁଲି ଯାଞ୍ଚ ।
  •  ନିୟମାବଳୀ ଅନୁସାରେ ସଂକ୍ରମିତ ଲୋକମାନଙ୍କ ଚିକିତ୍ସା ।
  •  ଲୋକମାନଙ୍କୁ ସଠିକ ପରାମର୍ଶ ଦେବା, ସଚେତନ କରିବା ।
  •  କଣ୍ଟେନମେଣ୍ଟ ଜୋନ କଡ଼ାକଡ଼ି ଭାବେ ସୀମାବଦ୍ଧ କରାଯିବ । କେବଳ ଡାକ୍ତରୀ ଟିମ, ପ୍ରଶାସନିକ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ । ଭିତର ଲୋକ ମଧ୍ୟ ବାହାରକୁ ଯାଇପାରିବେ ନାହିଁ ।
  •  କଣ୍ଟେନମେଣ୍ଟ ଜୋନ ଭିତରର ଲୋକମାନେ କେବଳ ସ୍ୱାସ୍ଥ୍ୟଗତ ସମସ୍ୟା, ଜରୁରୀ ସାମଗ୍ରୀ ପାଇଁ ବାହାରକୁ ବାହାରି ପାରିବେ ।
  • କଣ୍ଟେନମେଣ୍ଟ ଜୋନ ସୀମା ବାହାରକୁ ଯାଉଥିବା ଲୋକମାନଙ୍କ ବିବରଣୀ ଲିପିବଦ୍ଧ କରାଯିବ ।
ସମ୍ବନ୍ଧିତ ଖବର