ଉତ୍ତର ପ୍ରଦେଶ ମହିଳା ପୁଲିସ ଧକ୍କା ମାରିବା ଘଟଣାରେ ପତ୍ନୀ ପ୍ରିୟଙ୍କାଙ୍କୁ ରବର୍ଟ ଭଦ୍ର କହିଲେ: ମୁଁ ତୁମ ଲାଗି ଗର୍ବିତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଠାରେ ମହିଳା ପୁଲିସ ଧକ୍କା ମରିବା ଘଟଣାରେ ପତ୍ନୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ସ୍ୱାମୀ ରବର୍ଟ ଭଦ୍ର ସମର୍ଥନ କରିଛନ୍ତି।

ରବର୍ଟ ଭଦ୍ର ଟୁଇଟ୍‌ କରିଛନ୍ତି: ମହିଳା ପୁଲିସମାନେ ଯେଭଳି ଭାବେ ପ୍ରିୟଙ୍କାଙ୍କୁ ଧକ୍କା ମାରିଲେ ସେଥିରେ ମୁଁ ଖୁବ୍‌ ବିବ୍ରତ। ଜଣେ ତାଙ୍କ ତଣ୍ଟିକୁ ଧରିଥିବା ବେଳେ ଅନ୍ୟ ଦୁଇ ଜଣ ମହିଳା ପୁଲିସ ତାଙ୍କୁ ଧକ୍କା ମାରିବାରୁ ସେ ପଡ଼ିଗଲେ। କିନ୍ତୁ ସେ ଥିଲେ ବଦ୍ଧପରିକର। ଗୋଟାଏ ଦୁଇଚକିଆ ଯାନରେ ସେ ପୂର୍ବତନ ଆଇପିଏସ୍‌ ଅଧିକାରୀ ଏସ୍‌ଆର୍‌ ଦରପୁରୀଙ୍କ ପରିବାରକୁ ଭେଟିବା ନିମନ୍ତେ ଗଲେ।

ଆବଶ୍ୟକ ସମୟରେ ସମ୍ବେଦନଶୀଳା ହୋଇ ଜନତାଙ୍କ ନିକଟକୁ ଯାଉଥିବାରୁ ମୁଁ ତୁମ ଲାଗି ଗର୍ବିତ ପ୍ରିୟଙ୍କା ତୁମେ ଉଚିତ କାମ କରିଛ। ଆବଶ୍ୟକ ବା ଦୁଃଖ ପଡ଼ିଥିବା ବେଳେ ଜନତାଙ୍କ ନିକଟକୁ ଯିବା ଅପରାଧ ନୁହେଁ।

Image Source: Hindustan Times

ଶନିବାର ଦିନ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଥିଲେ ଯେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଏସ୍‌ଆର୍‌ ଦରପୁରୀଙ୍କ ଘରକୁ ଯିବା ବାଟରେ ପୁଲିସ ତାଙ୍କୁ ଅଟକାଇଥିଲା। ପୁଲିସ କର୍ମଚାରୀମାନେ ତାଙ୍କୁ ଧକ୍କା ଦେବା ସହ ତାଙ୍କ ବେକକୁ ଧରିଥିଲେ।

ନିକଟରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନାଗରିକତା ଆଇନ ବିରୋଧରେ ହୋଇଥିବା ପ୍ରତିବାଦରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଇପିଏସ୍‌ ଅଧିକାରୀ ଦରପୁରୀଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର