ବୀର ଯବାନଙ୍କ ଭାଗ୍ୟରେ ନ ଥିଲା ପୁତ୍ର ସୁଖ! ବିବାହର ୭ ବର୍ଷ ପରେ ଜନ୍ମ ହୋଇଥିବା ପୁଅକୁ ୮ ମାସ ନ ହଉଣୁ ଛାଡ଼ିଗଲେ ବାପା

ପୁଲଓ୍ଵାମା: ପୁଲଓ୍ଵାମା  ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା  ଯବାନଙ୍କ କାହାଣୀ ଏବେ ସାମ୍ନାକୁ ଆସୁଛି। କିଏ ପରିବାର ଲୋକଙ୍କ ପେଟ ପୋଷିବାକୁ ତ ପୁଣି କିଏ ଦେଶର ସେବା କରିବାକୁ ସେନାରେ ଭର୍ତ୍ତି ହୋଇଥିଲେ। ମାତ୍ର ଶେଷରେ ଆତଙ୍କବାଦୀଙ୍କ ବର୍ବରତା ସେମାନଙ୍କ ଜୀବନ ନେଇଛି।

ସହିଦ ହୋଇଥିବା ଯବାନଙ୍କ ମଧ୍ୟରୁ ପଞ୍ଜାବର ତରନ ତାରନ ସହରର ସୁଖଜିନ୍ଦର ସିଂହ ଅନ୍ୟତମ, ଯିଏକି କଶ୍ମୀରରେ ଡ୍ୟୁଟିରେ ଥିବା ବେଳେ ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି। ଜାଣିବାକୁ ମିଳିଛି ଯେ ଏହି ସହିଦ ଯବାନଙ୍କର ବିବାହର ୭ ବର୍ଷ ପର୍ଯ୍ୟନ୍ତ କୌଣସି ସନ୍ତାନ ପ୍ରାପ୍ତି ହୋଇ ନଥିଲା। ୭ ବର୍ଷ ପରେ ତାଙ୍କ ପତ୍ନୀଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମଲାଭ କଲା। ଖୁସିରେ ବିଭୋର ହୋଇ ଉଠିଲେ ପରିବାର ଲୋକେ। ମାତ୍ର ସେ ଖୁସି ବେଶି ଦିନ ତିଷ୍ଠି ରହିଲା ନାହିଁ। ପୁଅ ଜନ୍ମ ହେବାର ୮ ମାସ ପରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଗଲେ ବୀର ଯବାନ।

ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ସୁଖଜିନ୍ଦର ସିଂହଙ୍କ ପରିବାରରେ ତାଙ୍କ ବାପାମାଆ, ପତ୍ନୀ, ପୁତ୍ର ଓ ଭାଇ ଅଛନ୍ତି। ପରିବାର ଲୋକଙ୍କ କହିବା କଥା ହେଲା, ବିବାହର ବହୁ ବର୍ଷ ପର୍ଯ୍ୟନ୍ତ ପିଲା ହେଉ ନ ଥିବାରୁ ସୁଖଜିନ୍ଦର ଓ ତାଙ୍କ ପତ୍ନୀ ବହୁ ପୂଜା ବ୍ରତ କରି ପୁତ୍ରଟିଏ ପାଇଥିଲେ। ମାତ୍ର ପୁତ୍ରସୁଖ ବୋଧ ହୁଏ ଏହି ବୀର ପିତାଙ୍କ ଭାଗ୍ୟରେ ଲେଖା ନ ଥିଲା!

ସମ୍ବନ୍ଧିତ ଖବର