ପୁଣେ: କପଡ଼ା ଗୋଦାମରେ ନିଆଁ ଲାଗି ୫ ଶ୍ରମିକ ଜୀବନ୍ତ ଦଗ୍ଧ

ପୁଣେ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ଏଥିରେ ୫ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ କୌଣସି କାରଣରୁ ପୁଣେ ଜିଲ୍ଲାର ଉରୁଲି ଦେବଚୀ ଗାଆଁରେ ଏକ କପଡ଼ା ଗୋଦାମରେ ନିଆଁ ଲାଗିବା ଫଳରେ ସେଠାରେ କାର୍ଯ୍ୟରତ ୫ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି।ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟଭାବେ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର