“ଆମେ ପ୍ରସ୍ତୁତ” ମୋଦିଙ୍କୁ ପତ୍ର ଲେଖି ଜଣାଇଲେ ଋଷିଆ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ : କାଲିର ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଭାରତ ସ୍ତବ୍ଧ ଥିବାବେଳେ ବିପଦର ଏହି ଘଡିରେ ଭାରତ ସହିତ ଛିଡା ହୋଇଛି ସବୁଠୁ ଭରସାଯୋଗ୍ୟ ବନ୍ଧୁ ଋଷିଆ । କାଲିର ଏହି ଆକ୍ରମଣ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ମୋଦି ଏକ ପତ୍ର ଲେଖି ଏହାକୁ ନିନ୍ଦା କରିଛନ୍ତି । ଏହା ଏକ ହୃଦୟବିଦାରକ ଘଟଣା ବୋଲି ସେ କହିଛନ୍ତି ।

ଏହା ପରେ ସେ ଲେଖିଛନ୍ତି ଯେ “ଯେଉଁମାନେ ଏହି କାଣ୍ଡ କରିଛନ୍ତି ଓ ଯେଉଁମାନେ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ଦଣ୍ଡିତ କରାଯିବା ଉଚିତ । ଆମର ଭାରତୀୟ ସହଯୋଗୀମାନଙ୍କ ସହ ଆତଙ୍କବିରୋଧୀ ଅଭିଯାନରେ ସାମିଲ ହେବାକୁ ଆମେ ପ୍ରସ୍ତୁତ ଅଛୁ ।“
କେବଳ ଋଷିଆ ନୁହେଁ କ୍ରମଶଃ ଭାରତ ଆଡକୁ ଢଳୁଥିବା ଆମେରିକା ମଧ୍ୟ ଏହାକୁ କଡ଼ା ଭାଷାରେ ନିନ୍ଦା କରିଛି । ହ୍ବାଇଟହାଉସ ମୁଖପାତ୍ର କହିଛନ୍ତି ଯେ ଏହି ଆକ୍ରମଣ ପାକିସ୍ତାନ ରେ ଥିବା ଆତଙ୍କବାଦୀ ସଂଗଠନମାନେ କରିଛନ୍ତି । ପାକିସ୍ତାନ ନିଜ ଦେଶରେ ଥିବା ଏହି ଆତଙ୍କବାଦୀ କ୍ୟାମ୍ପଗୁଡ଼ିକୁ ବନ୍ଦ କରୁ ବୋଲି ଆମେରିକା ଦାବି କରିଛି । ଆତଙ୍କବିରୋଧୀ ଅଭିଯାନରେ ଭାରତ ସହ ସହଯୋଗୀ ହେବାକୁ ଆମେରିକା ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର