ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନର ଏହି ସିଙ୍ଗର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ସାପ ଆକ୍ରମଣର ଧମକ: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଚିନ୍ତାରେ ପଡ଼ି ଯାଇଛି। କ’ଣ କରିବ କିଛି ବୁଝିବିଚାରି ନପାରି କଶ୍ମୀରରେ ମିଥ୍ୟା ଖବର ପ୍ରଚାର କରିବା ସହିତ ବାରମ୍ବାର ଭାରତକୁ ଯୁଦ୍ଧ ଧମକ ବି ଦେଇ ଚାଲିଛି । କୁହାଯାଉଛି ପାକିସ୍ତାନକୁ ଏବେ କଶ୍ମୀର ଛଡ଼ା ଆଉ କିଛି ଚିନ୍ତା ନାହିଁ। କାରଣ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ହୁଅନ୍ତୁ ଅବା ଅଭିନେତା/ଅଭିନେତ୍ରୀ କିମ୍ବା ସିଙ୍ଗର। ସମସ୍ତେ କଶ୍ମୀରକୁ ନେଇ ଭାରତକୁ ଧମକ ଦେବାରେ ଲାଗିଛନ୍ତି। ପୁଣି ଏମିତି ଧମକ ଯାହାକୁ ଶୁଣି କେବଳ ଯେ ଭାରତ ନୁହେଁ ସମଗ୍ର ଦୁନିଆ ହସୁଛି।

ଏହି କ୍ରମରେ ଏକ ନୂଆ ନାମ ଯୋଡ଼ି ହୋଇଛି। ସେ ହେଉଛନ୍ତି ପାକିସ୍ତାନ ସିଙ୍ଗର ରବି ପୀରଯାଦା। ରବି ପୀରଯାଦା କଶ୍ମୀରକୁ ନେଇ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଛନ୍ତି। ରବି ପୀରଯାଦା ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଅନେକ ବିଷଧର ସାପ ଓ କୁମ୍ଭୀର ସହିତ ନଜର ଆସୁଛନ୍ତି।

ଏହି ଭିଡିଓରେ ରବି କହୁଛନ୍ତି, ଭାରତ ପାଇଁ ଜଣେ କଶ୍ମୀର ଯୁବତୀ ନିଜ ସାପମାନଙ୍କ ସହିତ ପ୍ରସ୍ତୁତ ଅଛି। ଏହି ସାପ ମୋଦୀଙ୍କୁ ଉପହାରରେ ଦିଆଯିବ। ଏବେ ମରିବା ପାଇଁ ପ୍ରସ୍ତୁତ ହୋଇଯାଅ। ଏହାପରେ ରବି ପୀରଯାଦା କଶ୍ମୀର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଗୀତ ବି ଗାଉଛନ୍ତି।

 

ରବି ପରୀଯାଦା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏଭଳି କଥା କହିବା ପ୍ରଥମ ଘଟଣା ନୁହେଁ। ପୀରଯାଦା ଅନେକ ସମୟରେ କଶ୍ମୀର ପ୍ରସଙ୍ଗ ଉପରେ ଭାରତ ବିରୋଧରେ ବିଷ ଖେଳାଇବା କାମ କରି ଥାଆନ୍ତି।

ସମ୍ବନ୍ଧିତ ଖବର