ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ନେଇ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ‘ରାଫେଲ ଚୁକ୍ତି ଏକ ‘ବିଶ୍ୱବ୍ୟାପୀ ଦୁର୍ନୀତି’ର ପ୍ରମାଣ ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ଏହାକୁ ନେଇ ବଡ଼ ବୋମା ଫୁଟିବ’ ବୋଲି ରାହୁଲ କହିଛନ୍ତି। ରାଫେଲ ବିମାନ ଆହୁରି ଦୂରକୁ ଉଡ଼ିବ ଏବଂ ଏ ବାବଦ ଦୁର୍ନୀତି ସାମ୍ନାକୁ ଆସିବ ବୋଲି ରାହୁଲ କହିଛନ୍ତି।