ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲାର ଶୀଘ୍ର ଶୁଣାଣି କରିବାଲାଗି ସୁପ୍ରିମ କୋର୍ଟରେ ଆବେଦନ କଲେ ହିନ୍ଦୁ ପକ୍ଷଧର ଗୋପାଳ ସିଂହ ବିଶାରଦ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲାର ଶୀଘ୍ର ଶୁଣାଣି କରିବାଲାଗି ଆଜି ଜଣେ ହିନ୍ଦୁ ପକ୍ଷଧର ଗୋପାଳ ସିଂହ ବିଶାରଦ ସୁପ୍ରିମ କୋର୍ଟରେ ଆବେଦନ କରିଥିବା ଜଣାଯାଇଛି ।

ଗୋପାଳ ସିଂହ ବିଶାରଦଙ୍କ ଓକିଲ ପି ଏସ ନରସିଂହା ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଛନ୍ତି ଯେ ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲାର ସମାଧାନ ଦିଗରେ ପ୍ରଥମ ପର୍ଯ୍ୟାୟରେ ମଧ୍ୟସ୍ଥମାନଙ୍କ ଦ୍ବାରା କୌଣସି ପ୍ରକାରର ପ୍ରଗତି ହୋଇ ନାହିଁ । ତେଣୁ ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି ଲାଗି ଲିଷ୍ଟ କରନ୍ତୁ ଏବଂ ଶୀଘ୍ର ଏହାର ଫଇସଲା କରନ୍ତୁ ବୋଲି ଆବେଦନ କରିଛନ୍ତି । ତିନି ବିଚାରପତିଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ ଉକ୍ତ ସାମ୍ବାଦିକଙ୍କ ଯାଚିକା ଉପରେ ଶୁଣାଣି ଦେବେ ବୋଲି କହିଥିଲେ ।

photo– deccan herald

ଅଯୋଧ୍ୟା ରାମ ଜନ୍ମଭୂମି ବାବ୍ରୀ ମସଜିଦ ମାମଲାର ସମାଧାନ ଦିଗରେ ମଧ୍ୟସ୍ଥତା ପାଇଁ ପୂର୍ବତନ ବିଚାରପତି ଏଫଏମାଇ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ତିନଜଣିଆ ପ୍ୟାନେଲକୁ ଦାୟିତ୍ୱ ଦିଆଯାଇଥିଲା , କିନ୍ତୁ ସେମାନେ ଏହି ମାମଲାର କିଛି ଅଗ୍ରଗତି ହେଉନାହିଁ ବୋଲି ଓକିଲ ପି ଏସ ନରସିଂହା କହିଛନ୍ତି ।

ସମ୍ବନ୍ଧିତ ଖବର