ମୋଦୀଙ୍କ ପ୍ରତି ନରମ ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ପ୍ରତି ନରମ ହେବାରେ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀର ଆଇନଶୃଙ୍ଖଳା ସୁଧାର ସହ ବିକାଶ କାର୍ଯ୍ୟ ପାଇଁ କେନ୍ଦ୍ର ସହ ମିଶି କାମ କରିବାକୁ ସେ ପ୍ରସ୍ତୁତ ଅଛନ୍ତି | ବଡ କଥା ହେଉଛି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପାଣି ବଞ୍ଚାଇବାର ଅଭିଯାନକୁ ଖୋଦ କେଜ୍ରିୱାଲ କାର୍ଯ୍ୟକାରୀ କରାଇଛନ୍ତି |

Image Source: Zee News

ମୋଦୀଙ୍କ ଜଳ ବଞ୍ଚାଇବାକୁ ଅପିଲ କରିବା ପରେ ଦିଲ୍ଲୀ ସରକାର ଯମୁନା କୂଳରେ ଛୋଟ ଛୋଟ ପୋଖରୀ ନିର୍ମାଣ କରି ଏଥିରେ ଜଳ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ସେପ୍ଟେମ୍ବର ୨୦୧୫ରେ ଔପଚାରିକ ବୈଠକ ହୋଇଥିଲା |

ଗତ ମାସ ଜୁନ ୨୧ ରେ ବହୁ ବର୍ଷା ପରେ କେଜ୍ରିୱାଲ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀର ସ୍କୁଲ ପରିଦର୍ଶନ କରିବାକୁ ଅନୁରୋଧ କରିଥିଲେ | ସେହି ସମୟରେ କେଜ୍ରିୱାଲ ଟ୍ୱିଟ କରିଥିଲେ ଯେ ଦିଲ୍ଲୀର ବିକାଶ ପାଇଁ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମିଳିତ ଭବେ କାମ କରିବା ଆବଶ୍ୟକ |

ସମ୍ବନ୍ଧିତ ଖବର