ପ୍ରଥମ ଥର ପାଇଁ ରାମଲୀଲାରେ ସାମିଲ ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କରିବେ ରାବଣ ପୋଡ଼ି

ନୂଆଦିଲ୍ଲୀ : ସାରା ଦେଶରେ ଆଜି ଦଶହରା ପାଳନ କରାଯାଉଥିବା ବେଳେ ପୂଜା ପଣ୍ଡାଲ ମାନଙ୍କରେ ରାବଣ ପୋଡ଼ିର ଆୟୋଜନ କରାଯାଉଛି । ତେବେ ଦିଲ୍ଲୀର ପ୍ରତାପଗଞ୍ଜରେ ଆୟୋଜନ କରାଯାଉଥିବା ରାବଣ ପୋଡ଼ିରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାମିଲ ହେବେ ବୋଲି ଜଣା ପଡ଼ିଛି । ଚଳିତ ବର୍ଷ ଦିଲ୍ଲୀର ଆଇପି ଏକ୍ସଟେନ୍‌ସନରେ ହେବାକୁ ଥିବା ରାମଲୀଲା ଲୋକମାନଙ୍କ ପାଇଁ ଖାସ୍‌ ହେବ । କାରଣ ପ୍ରଥମ ଥର ପାଇଁ ମୁଖ୍ୟ ଅତିଥି ଭାବେ ରାମନାଥ କୋବିନ୍ଦ ସାମିଲ ହେବେ ।

Image result for ramnath-kovind
Amar Ujala

ସୂଚନା ମୁତାବକ, ରାମଲୀଲାରେ ସାମିଲ ହେବା ସହ ରାବଣ ପୋଡ଼ି କରିବେ ରାଷ୍ଟ୍ରପତି । ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଇପି ଏକ୍ସଟେନ୍‌ସନରେ ରାମଲୀଲାର ଆୟୋଜନ କରିଥିବା ଇନ୍ଦ୍ରପ୍ରସ୍ତ ରାମଲୀଳା କମିଟିର ଅଧ୍ୟକ୍ଷ ସୁରେଶ ବିନ୍ଦଲ ରାଷ୍ଟ୍ରପତି କୋବିନ୍ଦଙ୍କୁ ଚିଠି ଲେଖି ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଯାହା ପରେ ଅନୁରୋଧକୁ ରକ୍ଷା କରି ରାଷ୍ଟ୍ରପତି ରାବଣ ପୋଡ଼ିରେ ସାମିଲ ହେବେ ବୋଲି ତାଙ୍କ କାର୍ଯ୍ୟାଳୟରୁ ସ୍ପଷ୍ଟ କରାଯାଇଛି ।

ସମ୍ବନ୍ଧିତ ଖବର