ନିଶାମୁକ୍ତି କେନ୍ଦ୍ରରୁ ଫେରାର ହୋଇଥିବା ଯୁବତୀଙ୍କ ସଙ୍ଗୀନ ଅଭିଯୋଗ: ଦୁଷ୍କର୍ମ କରୁଥିଲେ ପରିଚାଳକ

ଡେରାଡୁନ: ଉତ୍ତରାଖଣ୍ଡର ଡେରାଡୁନ କ୍ଲେମେଣ୍ଟଟାଉନ୍ ଅଞ୍ଚଳରେ ଅବସ୍ଥିତ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଚାରିଜଣ ଯୁବତୀ ଏହାର ପରିଚାଳକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି | ପରିଚାଳକଙ୍କ ଏଭଳି କାର୍ଯ୍ୟକଳାପ ଯୋଗୁଁ ଯୁବତୀମାନେ କେନ୍ଦ୍ରରୁ ଫେରାର ହୋଇଯାଇଥିଲେ | ଫେରାର ହେବା ପରେ ଏକ ହୋଟେଲରୁ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିବାବେଳେ ପଚରାଉଚରା ବେଳେ ଯୁବତୀମାନେ ଏହି ଅତ୍ୟାଚାର ବାବଦରେ ବର୍ଣ୍ଣନା କରିଛନ୍ତି ।

ଏହା ପରେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ ଯେ ଫେବୃଆରୀରେ ପ୍ରାକୃତୀ ବିହାରରେ ଥିବା ୱାଲ୍ ଆଣ୍ଡ ୱିନ୍ ସୋବର୍ ଲିଭିଙ୍ଗ୍ ହୋମ୍ ରେ ପାଞ୍ଚ ଜଣ ଯୁବତୀ ଭର୍ତ୍ତି ହୋଇଥିଲେ। ତେବେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ଛଅଟା ବେଳେ ୪ ଜଣ ଯୁବତୀ ଏଠାରୁ ଫେରାର ହୋଇଯାଇଥିଲେ | ଏହା ପରେ କେନ୍ଦ୍ରର ପରିଚାଳକ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ସମସ୍ତ ଚେକ ପୋଷ୍ଟରେ ଯାଞ୍ଚ କରି ହୋଟେଲମାନଙ୍କରେ ତନାଘନା କରିଥିଲା |

ଏହା ପରେ ଏକ ହୋଟେଲରୁ ଯୁବତୀମାନଙ୍କୁ ଉଦ୍ଧାର କରାଯାଇଥିଲା | ଯୁବତୀମାନଙ୍କୁ ପଚରାଉଚରା ବେଳେ ସେମାନେ କହିଥିଲେ ଯେ କେନ୍ଦ୍ର ପରିଚାଳକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବାରୁ ସେମାନେ ସେଠାରୁ ପଳାଇଯାଇଥିଲେ | ଏହା ପରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର