ଝିଆରୀକୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ଦାଦାଙ୍କୁ ମିଳିଥିଲା ଜେଲ ଦଣ୍ଡ, ସୁପ୍ରିମକୋର୍ଟ କଲେ ଦୋଷମୁକ୍ତ

ଫରିଦାବାଦ୍‌ : ୨୦୦୧ରେ ଦୁଷ୍କର୍ମ ଅଭିଯୋଗରେ ଦୁଇ ଭାଇଙ୍କୁ ଗିରଫ କରାଯାଇ ଜେଲ ଦଣ୍ଡ ଦିଆ ଯାଇଥିବା ବେଳେ ଅଗଷ୍ଟ ୨୧,୨୦୧୮ରେ ସେମାନଙ୍କୁ ଜେଲରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ମିଛ ମାମଲାରେ ଦୁଇ ଭାଇଙ୍କୁ ଫସାଇ ଦିଆଯାଇଥିବା ଜାଣି ଅଦାଲତ ସେମାନଙ୍କୁ ଜେଲ ଦଣ୍ଡରୁ ମୁକ୍ତ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଏନ୍‌ ଭି ରମନ ଏବଂ ମୋହନ ଏମ୍‌ ଶାନ୍ତନାଗୌଦର ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଖଲାସ କରିଥିବା ଜଣାପଡ଼ିଛି । ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କୁ ଫରିଦାବାଦ୍‌ର ଟ୍ରାଏଲ କୋର୍ଟ ଏବଂ ଅନ୍ୟ ଜଣଙ୍କୁ ପଞ୍ଜାବ ଏବଂ ହରିୟାଣାର ହାଇକୋର୍ଟ ଦୋଷୀସାବ୍ୟସ୍ତ କରିଥିଲେ। ଏହାପରେ ସେମାନେ ଏହି ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିବା ପରେ ଏହାର ପୁନଃ ବିଚାର କରି ସେମାନଙ୍କୁ ଦୋଷମୁକ୍ତ କରିଥିଲେ ସୁପ୍ରିମକୋର୍ଟ

The Quint

ସୂଚନା ମୁତାବକ, ଅଗଷ୍ଟ ୨୨, ୨୦୦୧ରେ ଫରିଦାବାଦ୍‌ରେ ରହୁଥିବା ଜୟ ସିଂ ଏବଂ ଶାମ ସିଂଙ୍କ ବିରୋଧରେ ତାଙ୍କ ଝିଆରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଜଣଙ୍କୁ ୭ ବର୍ଷ ଏବଂ ଅନ୍ୟ ଜଣଙ୍କୁ ୧୦ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା । କିନ୍ତୁ ୨୦୦୩ରେ ପୀଡ଼ିତା ଅଦାଲତର ରାୟ ଖୁସି ନ ହୋଇ ଆଉ ଥରେ ଶୁଣାଣି କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ୨୦୧୧ରେ ଦୁଇ ଭାଇଙ୍କ ଜେଲ ଦଣ୍ଡକୁ ବଢ଼ାଇ ଦିଆ ଯାଇଥିଲେ । ସେ ସମୟରେ ଜୟ ସିଂଙ୍କ ଜେଲ ଦଣ୍ଡ ଭୋଗିବାର ସମୟ ସରି ଯାଇଥିବା ବେଳେ ଶାମ ସିଂ ୧୦ବର୍ଷରୁ ୭ବର୍ଷ ଜେଲ ଦଣ୍ଡ ଭୋଗି ସାରିଥିଲେ । ପରେ ଦୁଇ ଭାଇଙ୍କ ମାମଲାର ପୁନଃ ବିଚାରର ଆବେଦନ କରାଯିବା ପରେ ଝିଆରୀ ଏବଂ ତାଙ୍କ ମା’ ଦୁଇ ଜଣଙ୍କ କଥାରେ କୌଣସି ସତ୍ୟତା ନ ଥିଲା ବୋଲି ଜଣା ପଡ଼ିବାରୁ ଏବେ ଦୁଇ ଭାଇଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି ଅଦାଲତ ।

ସମ୍ବନ୍ଧିତ ଖବର