ରାଫେଲ୍‌ ଉଡ଼ାଇବେ ଗୋଲ୍ଡେନ୍‌ ଗାର୍ଲ ଶିବାଙ୍ଗୀ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସର୍ବାଧୁନିକ ଯୁଦ୍ଧ ବିମାନ ରାଫେଲ୍‌ ସ୍କ୍ବାଡ୍ରନ୍‌ର ପ୍ରଥମ ମହିଳା ଫାଇଟର ପାଇଲଟ୍‌ ହେଉଛନ୍ତି ଶିବାଙ୍ଗୀ ସିଂହ। ସେ ଗୁଜରାଟର ଝିଅ। ୨୦୧୭ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ ଫ୍ଲାଇଟ୍‌ ଲେପ୍ଟନାଣ୍ଟ୍‌ ଶିବାଙ୍ଗୀ। ଏବେ ସେ ରାଫେଲ୍‌ ଯୁଦ୍ଧ ବିମାନ ଉଡ଼ାଇବାପାଇଁ ତାଲିମ ନେଉଛନ୍ତି ଏବଂ ଖୁବ୍‌ଶୀଘ୍ର ଅମ୍ବାଲାରେ ୧୭ ସ୍କ୍ବାଡ୍ରନ୍‌ ‌’ଗୋଲ୍ଡେନ୍‌ ଆରୋଜ୍‌’ରେ ସାମିଲ ହେବେ। ୨୦୧୭ରେ ବାୟୁସେନାରେ ଯୋଗ ଦେଇଥିବା ଫ୍ଲାଇଟ୍‌ ଲେପ୍ଟନାଣ୍ଟ୍‌ ଶିବାଙ୍ଗୀ ସିଂହ ମିଗ୍‌ -୨୧ ବ୍ରିସନ୍‌ସ ଉଡ଼ାଇଛନ୍ତି। ରାଜସ୍ଥାନର ସୀମା ଅଞ୍ଚଳରେ କାର୍ଯ୍ୟରତ ଥିବା ଶିବାଙ୍ଗୀ ଏବେ ରାଫେଲ୍‌ ଉଡ଼ାଇବାପାଇଁ ଅମ୍ବାଲାରେ ପହଞ୍ଚିଛନ୍ତି। ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ସହ ସେ ବିମାନ ଉଡ଼ାଉଥିଲେ। ଖୁବ୍‌ କମ୍‌ ବୟସରୁ ଶିବାଙ୍ଗୀଙ୍କର ବିମାନ ଉଡ଼ାଇବାର ସ୍ବପ୍ନ ଥିଲା। ବାରଣାସୀରେ ସ୍କୁଲ୍‌ ଶିକ୍ଷା ଶେଷ ପରେ ସେ ବିଏଚ୍‌ୟୁ (ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ)ରେ ପଢ଼ିଥିଲେ। ସେଠାରେ ସେ ନ୍ୟାସନାଲ୍‌ କ୍ୟାଡେଟ୍‌ କର୍ପ‌୍‌ସ ୭ ୟୁପି ଏୟାର ସ୍କ୍ବାଡ୍ରନ୍‌ର ଅଂଶବିଶେଷ ଥିଲେ। ପରେ ତାଙ୍କୁ ୨୦୧୬ରେ ବାୟୁସେନା ଏକାଡେମିକୁ ପ୍ରଶିକ୍ଷଣ ପାଇଁ ପଠାଯାଇଥିଲା। ଶିବାଙ୍ଗୀ ଭାରତୀୟ ବାୟୁସେନାର ସବୁଠୁ ପୁରୁଣା ଯୁଦ୍ଧ ବିମାନ ମିଗ୍‌ -୨୧ ଉଡ଼ାଉଥିଲେ ଏବେ ଏବେ ମହା ଶକ୍ତିଶାଳୀ ରାଫେଲ୍‌ ଉଡ଼ାଇବେ।

ସମ୍ବନ୍ଧିତ ଖବର