ତାଲିବାନ ବିଦେଶ ବ୍ୟାପାର ମୁଖ୍ୟଙ୍କ ମନ୍ତବ୍ୟ: ଭାରତ-ପାକ୍‌ ବିବାଦରେ ଆମେ ପଶିବୁନି

କାବୁଲ: ଭାରତ ଏବଂ ପାକିସ୍ତାନ ସେମାନଙ୍କ ଆଭ୍ୟନ୍ତରୀଣ ବିବାଦରେ ଆମକୁ ବ୍ୟବହାର କରିବା ଉଚିତ ନୁହେଁ। ଏହା କହିଛନ୍ତି ଆଫଗାନିସ୍ତାନରେ ନୂଆ ବିଦେଶ ମନ୍ତ୍ରୀ ହେବାକୁ ଯାଉଥିବା ଶେର୍‌ ମହମଦ ଆବ୍ବାସ ଷ୍ଟାନିକ୍‌ଜାଇ। ତାଲିବାନ ଏହାର ସମସ୍ତ ପଡ଼ୋଶୀ ସହିତ ଭଲ ସଂପର୍କ ରଖିବାକୁ ଚାହେଁ। ଭାରତ ପ୍ରତି ତାଲିବାନ ଶତ୍ରୁତାପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିବା କିମ୍ବା ପାକିସ୍ତାନ ସହ ମିଶି ଭାରତକୁ ଟା‌ର୍ଗେଟ କରିବା ଭୟ ରହିଛି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏ ସଂପର୍କରେ ପ୍ରଶ୍ନ ହେବାରୁ ଷ୍ଟାନିକ୍‌ଜାଇ କହିଛନ୍ତି, ଗଣମାଧ୍ୟମରେ ଯାହା ଚର୍ଚ୍ଚା ହୁଏ ଅଧିକାଂଶ ସମୟରେ ତାହା ମିଛ ହୋଇଥାଏ। ଭାରତ ଓ ପାକିସ୍ତାନ ପ୍ରସଙ୍ଗରେ ଆମ ପକ୍ଷରୁ ସେଭଳି କୌଣସି ସ‌ଂକେତ ମଧ୍ୟ ଦିଆଯାଇନାହିଁ। ତେବେ ସବୁ ପଡ଼ୋଶୀ ଦେଶ ସହିତ ତାଲିବାନ ଉତ୍ତମ ସଂପର୍କ ଚାହେଁ ବୋଲି ସେ କହିଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ହେଲା ରାଜନୈତିକ ଏବଂ ଭୌଗୋଳିକ ବିବାଦ ରହିଥିବା ବିଷୟରେ ସେ ଅବଗତ ଅଛନ୍ତି। କିନ୍ତୁ ସେମାନଙ୍କର ଆଭ୍ୟନ୍ତରୀଣ ବିବାଦରେ ଆଫଗାନିସ୍ତାନର କୌଣସି ଭୂମକା ନାହିଁ ଏବଂ ଏଥିରୁ ଆମେ ଯଥାସମ୍ଭବ ଦୂରେଇ ରହିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର