ଡିିଡିିସିଏରୁ ଇସ୍ତଫା ଦେଲେ ବିରେନ୍ଦ୍ର ସେହଓ୍ଵାଗ୍‌, ଏହି କାରଣ ପାଇଁ ଛାଡ଼ିଥିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ୍‌ ସୋମବାର ଦିଲ୍ଲୀ ଡ଼ିଷ୍ଟ୍ରିକ୍ଟ କ୍ରିକେଟ୍‌ ଆସୋସିଏସନ୍‌(ଡିଡିିିସିଏ)ରୁ ଇସ୍ତଫା ଦେଇଥିବା ଖବରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ସଂଘର ହିତକୁ ଆଖି ଆଗରେ ରଖି ସେ ଏଥିରୁ ଇସ୍ତଫା ଦେଇଥିବା କହିଛନ୍ତି । ସେହ୍‌ଓ୍ଵାଗ୍‌ଙ୍କ ସହ ଡିିଡିିସିଏର ସଦସ୍ୟ ଆକାଶ ଚୋପ୍ରା ଏବଂ ରାହୁଲ ସାଂଘବୀ ମଧ୍ୟ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି । ବୋଲିଂ କୋଚ୍‌ ପଦ ପାଇଁ ଆକାଶ ଚୋପ୍ରା ଏବଂ ରାହୁଲ ସାଂଘବୀ ମନୋଜ ପ୍ରଭାକରଙ୍କ ନାମ ସୁପାରିସ କରିଥିବା ବେଳେ ଡିିଡିିସିଏ ତରଫରୁ ଏହାକୁ ସୀକୃତି ମିଳି ନଥିଲା ।

Dailyhunt

ଯାହା ପାଇଁ ଏ ୩ ଜଣ ଇସ୍ତଫା ଦେଇଛନ୍ତି ବୋଲି ସନ୍ଦେହ କରାଯାଉଥିବା ବେଳେ ଏହା ପଛର ପ୍ରକୃତ କାରଣ ସାମ୍ନାକୁ ଆସି ପାରି ନାହିଁ । ଅନ୍ୟ ପକ୍ଷରେ ଏହି ୩ ଜଣଙ୍କର ଇସ୍ତଫା ସ୍ୱୀକାର କରାଯାଇଥିବା ଘୋଷଣା କରିଛି ଡ଼ିଡ଼ିସିଏ । ପ୍ରଭାକରଙ୍କୁ ନିଯୁକ୍ତି ନ ଦିଆଯିବାରୁ ଆପଣ ଇସ୍ତଫା ଦେଇଛନ୍ତି କି ବୋଲି ପଚାଯିବା ପରେ,ଦିଲ୍ଲୀ କ୍ରିକେଟରେ ସୁଧାର ଆଣିବା ପାଇଁ ଆମେ ତିନି ଜଣ ମିଶି ନିଜ ସମୟ ଦେବା ସହ ଅନେକ ନୂଆ ନୂଆ ବିଚାର ଆଣିଥିଲୁ । କିନ୍ତୁ ଆମେ ୩ ଜଣ ଏବେ ନିଜ କାମରେ ବହୁତ ବ୍ୟସ୍ତ । ଏଭଳି ପରିସ୍ଥିତିରେ ଡିଡିିସିଏକୁ ସମୟ ଦେବା କଷ୍ଟକର । ଯାହା ପାଇଁ ଆମେ ଏହି ନିଷ୍ପତ୍ତିି ନେଇଛୁ ବୋଲି ସେହଓ୍ଵାଗ୍‌ କହିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର