୯/୧୧ ବାର୍ଷିକୀରେ କାବୁଲସ୍ଥିତ ଆମେରିକୀୟ ଦୂତାବାସରେ ରକେଟ୍‌ ବିସ୍ଫୋରଣ

କାବୁଲ: ବୁଧବାର ହେବାକୁ ଆଉ ଅଳ୍ପ ସମୟ ଥିବାବେଳେ ଆଫଗାନିସ୍ଥାନସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସରେ ଗୋଟାଏ ରକେଟ୍‌ ବିସ୍ଫୋରଣ ଘଟିଛି। ବୁଧବାର ଦିନ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଉପରେ ହୋଇଥିବା ୯/୧୧ ଆକ୍ରମଣର ବାର୍ଷିକୀ। କିନ୍ତୁ ଘଣ୍ଟାଏ ପରେ ଦୂତାବାସ ପରିସର ମଧ୍ୟରେ ଥିବା କର୍ମଚାରୀମାନେ ଘୋଷଣା କରିଥିଲେ କି, ଏଥିରେ କେହି ଆହତ ହୋଇନାହାନ୍ତି।

ଠିକ୍‌ ମଧ୍ୟ ରାତ୍ରୀ ପରେ ପରେ କେନ୍ଦ୍ରୀୟ କାବୁଲି ଉପରେ କଳା ଧୂଆଁ କୁଣ୍ଡଳୀ ଉଠିବା ସହ ସାଇରନ୍‌ ବାଜିଥିଲା। ଦୂତାବାସ ମଧ୍ୟରେ କର୍ମଚାରୀମାନେ ଡାକବାଜି ଯନ୍ତ୍ରରେ ବାଜୁଥିବାର ଶୁଣିଥିଲେ: ପରିସର ମଧ୍ୟରେ ରକେଟ୍‌ ବିସ୍ଫୋରଣ ଘଟିଛି।

Image Source: Deccan Herald

ଏ ସଂକ୍ରାନ୍ତରେ ଆଫଗାନ ସରକାରୀ ଅଧିକାରୀମାନେ ତୁରନ୍ତ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ନିକଟରେ ଥିବା ‘ନାଟୋ’ ମିସନ୍‌ ମଧ୍ୟ କହିଛି ଯେ କୌଣସି କ୍ଷୟକ୍ଷତି ହୋଇନାହିଁ।

ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ହଠାତ୍‌ ଆମେରିକା-ତାଲିବାନ ଆଲୋଚନା ପ୍ରତ୍ୟାହାର କରିନେବା ପରେ ଆଫଗାନ ରାଜଧାନୀରେ ଏହା ହେଉଛି ପ୍ରଥମ ପ୍ରମୁଖ ଆକ୍ରମଣ।

ଗତ ସପ୍ତାହରେ ଦୁଇ ତାଲିବାନ୍‌ କାର୍‌ ବୋମା ବିସ୍ଫୋଣରେ କାବୁଲ ଥରିଉଠିବା ସହ କେତେ ଜଣ ସାଧାରଣ ନାଗରିକ ଏବଂ ‘ନାଟୋ’ ମିସନ୍‌ର ଦୁଇ ଜଣ ସଦସ୍ୟ ନିହତ ହୋଇଥିବ।

ସମ୍ବନ୍ଧିତ ଖବର