ସିରିଆରେ ରୁଷ୍‌ ବିମାନ ଦୁର୍ଘଟଣାଗ୍ରସ୍ତ, ୩୨ ମୃତ

ଡାମାସ୍କସ୍‌ : ରୁଷ୍‌ର ଏକ ପରିବହନ ବିମାନ ଆଜି ସିରିଆର ହେମିମ୍‌ ସେନା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା ୩୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ସୂଚନାରୁ ଜଣାଯାଇଛି ଯେ ଆଣ୍ଟୋନଭ୍‌୍‌-୨୬ ନାମକ ଏକ ପରିବହନ ବିମାନ ଆଜି ସିରିଆର ଲଟାକିଆ ପ୍ରଦେଶ ସ୍ଥିତ ରୁଷ୍‌ର ହେମିମ୍‌ ସେନା ଘାଟି ନିକଟରେ ଅବତରଣ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସମସ୍ତ ୨୬ ଯାତ୍ରୀ ଏବଂ ୬ ବିମାନ ପରିଚାଳନା ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ସୁତ୍ରରୁ ଜଣାଯାଇଛି ଯେ ବିମାନଟିରେ ବୈଷୟିକ ତ୍ରୁଟି ଏହି ଦୁର୍ଘଟଣାର ପ୍ରମୁଖ କାରଣ। ଅନ୍ୟପକ୍ଷରେ ବିମାନ ଉପରେ କୌଣସି ଆକ୍ରମଣ ହୋଇନାହିଁ ବୋଲି କୁହାଯାଉଛି। ସିରିଆର ହେମିମ୍‌ ସାମରିକ ଘାଟି ରୁଷ୍‌ ସାମରିକ କାର୍ଯ୍ୟକ୍ରମ ପାଇଁ ପ୍ରମୁଖ କେନ୍ଦ୍ର ଥିବା ବେଳେ ଏଠାରେ ବିମାନ ଉପରେ ଆକ୍ରମଣ କରିବା ଏତେ ସହଜ ନୁହେଁ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର