ଉତ୍ତରାଖଣ୍ଡରେ ଲାଗୁ ହେବ ସମାନ ନାଗରିକ ସଂହିତା

ନୂଆଦିଲ୍ଲୀ : ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ, ଶୁକ୍ରବାର ଦିନ ଉତ୍ତରାଖଣ୍ଡ କ୍ୟାବିନେଟ୍‌ର ପ୍ରଥମ ବୈଠକରେ ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି ଯେ ରାଜ୍ୟରେ ଏହିପରି ନିୟମ ରହିବା ଆବଶ୍ୟକ, ଯାହା ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବ। ଏହି ନିୟମ ଅନୁସାରେ ବିବାହ, ଛାଡପତ୍ର, ଜମିବାଡି, ଉତ୍ତରାଧିକାରୀ ଆଦି ବିଷୟରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ଲାଗୁ ହେବ। ଏଥିସହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଉଚ୍ଚସ୍ତରୀୟ କମିଟିରେ ଆଇନ ବିଶେଷଜ୍ଞ, ଆଇନଜୀବୀ ତଥା ବିଭିନ୍ନ କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିମାନଙ୍କୁ ରଖାଯିବ।

ସମ୍ବନ୍ଧିତ ଖବର