କାନାଡାରେ ଶରଣ ନେଲେ ସାଉଦି ଯୁବତୀ; ଜାଣନ୍ତୁ କିଏ, କେଉଁଭଳି ଭାବେ କଲେ ସ୍ୱାଗତ

ହତ୍ୟା ଆଶଙ୍କାରେ ପରିବାର କବଳରୁ ଖସି ପଳାଇ ଆସିଥିବା ୧୮ ବର୍ଷୀୟା ସାଉଦି ଝିଅ ରହାଫ ମୋହମ୍ମଦ ଏମ୍‌ ଅଲକୁନୁନଙ୍କୁ କାନାଡାରେ ଶରଣ ମିଳିବା ପରେ ଶନିବାର ଦିନ ଟରଣ୍ଟୋ ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ସାହସିନୀ ନବୀନା କାନାଡୀୟ କହି ତାଙ୍କୁ ବୈଦେଶିକ ମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ୍‌ ସ୍ୱାଗତ କରିଛନ୍ତି।

ଶନିବାର ସକାଳେ ନାଲି ଅକ୍ଷରରେ କାନାଡା ଛାପା ଥିବା ହୁଡି, ତାଙ୍କୁ ଶରଣାର୍ଥୀ ମାନ୍ୟତା ଦେଇଥିବା ‘ୟୁଏନଏଚସିଆର’ର ଲୋଗୋ ଥିବା ନୀଳ ଟୋପି ପିନ୍ଧି ରହାଫ ଟରଣ୍ଟୋର ପିୟର୍ସନ୍‌ ଇଣ୍ଟରନେସ୍ନାଲ୍‌ ଏୟାରପୋର୍ଟରେ ପହଞ୍ଚିଥିଲେ।

ଟରଣ୍ଟୋକୁ ଯିବା ପୂର୍ବରୁ ଶେଷ ଟୁଇଟରେ କୁନୁନ୍‌ କହିଥିଲେ, ମୁଁ ଏହା ସମ୍ଭବ କରିପାରିଲି। ତା’ସହ ବିମାନ ଭିତରର ଫଟୋ ପଠାଇଥିଲେ। ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିବା ଫ୍ରିଲାଣ୍ଡ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କୁନୁନ୍‌ ଖୁବ୍‌ ସାହସୀ ନବୀନା କାନଡୀୟ। ନୂତନ ଗୃହରେ ପହଞ୍ଚିଛନ୍ତି ବୋଲି ରାହାଫ୍‌ କାନଡୀୟମାନଙ୍କୁ ଦେଖାଇ ଦେବାକୁ ଚାହାଁନ୍ତି। କିନ୍ତୁ, ତାଙ୍କ ଦୀର୍ଘ ଯାତ୍ରାରେ ସେ କ୍ଳାନ୍ତ ହୋଇ ପଡ଼ିଥିବାରୁ ଆଜି କୌଣସି କଥା କହିବେ ନାହିଁ। ଏବେ ସେ ତାଙ୍କ ନୂତନ ଘରକୁ ଯାଉଛନ୍ତି। ଇଣ୍ଟରନ୍ୟାସନାଲ୍‌ ଆଗମନ ଅଂଚଳ ଆଡ଼କୁ ଯିବାବେଳେ ହସ ହସ ମୁହଁରେ କୁନୁନ୍‌ ସାମ୍ବାଦିକମାନଙ୍କ ଆଡ଼କୁ ହାତ ହଲାଇଥିଲେ ବି କିଛି କହି ନଥିଲେ।

ସମ୍ବନ୍ଧିତ ଖବର