ଜମାରାଶି ଉପରେ ସୁଧ ହାର କମାଇଲା ଭାରତୀୟ ଷ୍ଟେଟବ୍ୟାଙ୍କ୍‌! ଗ୍ରାହକ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ଭାରତୀୟ ଷ୍ଟେଟବ୍ୟାଙ୍କ ଆସନ୍ତା ନଭେମ୍ବର ୧ ତାରିଖଠାରୁ ଗ୍ରାହକମାନଙ୍କର ଉଭୟ ଚଳନ୍ତି ଓ ମିଆଦି ଜମାରାଶି ଉପରେ ସୁଧହାର କମେଇ ଦେବା ପାଇଁ ନିଷ୍ପତ୍ତି ନେଇଛି। ବ୍ୟାଙ୍କ ଉପରେ ଆର୍ଥିକ ବୋଝ ବଢ଼ି ଯାଇଥିବା କାରଣରୁ ବ୍ୟାଙ୍କ୍‌ ଏପରି ନିଷ୍ପତ୍ତି ନେଇଛି। ସଂପ୍ରତି ଭାରତୀୟ ଷ୍ଟେଟବ୍ୟାଙ୍କ୍‌ରେ ଗ୍ରାହକମାନଙ୍କର ୨୮ ଲକ୍ଷ କୋଟି ଟଙ୍କା ଜମା ଅ‌ାକାରରେ ରହିଛି ଏବଂ ଯାହା ଉପରେ ବ୍ୟାଙ୍କ୍‌ ଗ୍ରାହକମାନଙ୍କୁ ସୁଧ ପ୍ରଦାନ କରୁଛି।

ପୂର୍ବରୁ ବ୍ୟାଙ୍କ ଗ୍ରାହକମାନଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତର ଜମାରାଶି ଉପରେ ୩.୫୦ ପ୍ରତିଶତ ହାରରେ ସୁଧ ପ୍ରଦାନ କରୁଥିବା ବେଳେ ଆସନ୍ତା ନଭେମ୍ବର ୧ ତାରଖ ଠାରୁ ଏହାକୁ ୩.୨୫ ପ୍ରତିଶତକୁ ହ୍ରାସ କରିଦେବା ପାଇଁ ନିଷ୍ପତ୍ତି ନେଇଛି। ତେବେ, ୧ଲକ୍ଷରୁ ଉର୍ଦ୍ଧ୍ବ ଜମାରାଶି ରଖିଥିବା ଗ୍ରାହକମାନଙ୍କ ପାଇଁ ସୁଧହାରକୁ ଅପରିବର୍ତ୍ତିତ ରଖିଛି ବ୍ୟାଙ୍କ।

Zee Business

ସେହିପରି ମିଆଦି ଜମା (ଟର୍ମ ଡିପୋଜିଟ୍‌) ଉପରେ ସୁଧହାରକୁ ମଧ୍ୟ କମ୍‌ କରାଯାଇଥିବା ଷ୍ଟେଟବ୍ୟାଙ୍କ୍‌ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋରେଟ୍‌ ହ୍ରାସ କରିବା ପରେ ଷ୍ଟେଟବ୍ୟାଙ୍କ୍‌ ଗ୍ରାହକମାନଙ୍କର ସ୍ଥାୟୀ ଜମା (ଫିକ୍ସଡ ଡିପୋଜିଟ୍‌) ଉପରେ ମଧ୍ୟ ସୁଧହାରକୁ କମାଇ ଦେଇଥିଲା।

ସମ୍ବନ୍ଧିତ ଖବର