ଜମ୍ମୁ ଓ କଶ୍ମୀର: ବନ୍ଦିପୋରାରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ରମଜାନ୍‌ ପରେ ପ୍ରଥମ ପ୍ରମୁଖ ଆତଙ୍କ-ନିରୋଧୀ ଅଭିଯାନରେ ସୋମବାର ସକାଳେ ଉତ୍ତର କଶ୍ମୀରର ବନ୍ଦିପୋରା ଜିଲ୍ଲାରେ ନିରାପତ୍ତା ବଳଙ୍କ ଦ୍ୱାରା ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି ଏବଂ ଅନ୍ୟ ଜଣେ ଆତଙ୍କବାଦୀକୁ ଅକାମୀ କରିଦିଆ ଯାଇଥିବା ଖବର ଆସୁଥିଲେ ବି ସେନା ତରଫରୁ ନିଶ୍ଚିତ କରି କିଛି କୁହାଯାଇ ନାହିଁ।

ଗତ ସପ୍ତାହ ଅର୍ଥାତ୍‌ ଜୁନ୍‌ ୧୪ ତାରିଖ ଦିନ ଜମ୍ମୁ ଓ କଶ୍ମୀରର ବନ୍ଦିପୋରା ଜିଲ୍ଲାରେ ଗୁଳି ବିନିମୟ ଯୋଗୁଁ ଦୁଇ ଜଣ ଆତଙ୍କବାଦୀ ଏବଂ ଜଣେ ଆର୍ମି ଯବାନ୍‌ ନିହତ ହୋଇଥିଲେ।

ସେହି ଦିନ ମଧ୍ୟ ସରକାର ନିଷ୍ପତ୍ତି ନେଇଥିଲେ ପୁଣି ଆତଙ୍କ-ନିରୋଧୀ ଅଭିଯାନ ଫେରାଇ ଆଣି ବିନା କୌଣସି ପ୍ରତିବନ୍ଧକରେ ଆତଙ୍କବାଦୀଙ୍କୁ ମୁକାବିଲା କରିବାକୁ ନିରାପତ୍ତା ବଳକୁ ଅନୁମତି ଦେବା ପାଇଁ। ରମ୍‌ଜାନ୍‌ ପାଇଁ ମାସେକାଳ ଏହି ଅଭିଯାନ ସ୍ଥଗିତ ରଖାଯାଇଥିଲା।

ପବିତ୍ର ରମଜାନ ମାସରେ ଅଣ ଆକ୍ରମଣାତ୍ମକ ଲଢୁଆ ଅଭିଯାନ ଅନୁସରଣ କରିବାକୁ ମାର୍ଚ ୧୬ ତାରିଖରେ ସରକାର ଜମ୍ମୁ ଓ କଶ୍ମୀରରେ ନିରାପତ୍ତା ବଳକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର