ଐତିହାସିକଙ୍କୁ ପରାମର୍ଶ କରିବେ ସେନ୍‌ସର ବୋର୍ଡ

ପଦ୍ମାବତୀ ଫିଲ୍ମରେ ବୈଷୟିକ ତ୍ରୁଟି ଥିବା ଦର୍ଶାଇ ଫିଲ୍ମଟିକୁ ସେନ୍‌ସର ବୋର୍ଡ ଫିଲ୍ମ ନିର୍ମାତାଙ୍କୁ ଫେରାଇ ଦେବା ପରେ ଏବେ ଫିଲ୍ମ ନିର୍ମାତାମାନେ ଫିଲ୍ମର ଭାଗ୍ୟ ନେଇ କେବଳ ସେନ୍‌ସର ବୋର୍ଡର ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଫିଲ୍ମ ଲାଗି ପ୍ରମାଣପତ୍ର ଦେବା କାର୍ଯ୍ୟକୁ ଅଧିକ ତ୍ୱରାନ୍ଵିତ କରିବା ଲାଗି ଗତକାଲି ସେନ୍‌ସର ବୋର୍ଡରେ ଆବେଦନ ହୋଇଥିଲେ ମଧ୍ୟ ବୋର୍ଡ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ତେବେ କିଛି ସମାଧାନର ବାଟ ଚାହୁଥିଲେ ସେନ୍‌ସର ବୋର୍ଡକୁ ଯଥେଷ୍ଟ ସମୟ ଦିଅ ବୋଲି ଆଜି ବୋର୍ଡ ମୁଖ୍ୟ ପ୍ରସୁନ ଯୋଶୀ କହିଛନ୍ତି । ସେନ୍‌ସର ବୋର୍ଡ ଏନେଇ ଏକ ସନ୍ତୁଳିତ ନିଷ୍ପତ୍ତି ନେବାପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଏବଂ ଦରକାର ହେଲେ ବୋର୍ଡ ଫିଲ୍ମର ତଥ୍ୟଭିତ୍ତିକ ଯାଞ୍ଚ ପାଇଁ ଐତିହାସିକମାନଙ୍କ ପରାମର୍ଶ ମଧ୍ୟ ନେଇପାରନ୍ତି। କିନ୍ତୁ ବୋର୍ଡକୁୁ ଏଥିଲାଗି ଯଥେଷ୍ଟ ସମୟ ଆବଶ୍ୟକ ବୋଲି ଯୋଶୀ କହିଛନ୍ତି।

ସମ୍ବନ୍ଧିତ ଖବର