ସେନ୍‌ସେକ୍ସ୍‍ ୧୪୦୦ ପଏଣ୍ଟ୍‌, ନିଫ୍‌ଟି ୩୬୦ ପଏଣ୍ଟ୍‌ ଏବଂ ୟେସ୍‌ ବ୍ୟାଙ୍କ୍‌ ସେୟାର୍‌ ୧୫% ଖସିଲା

ମୁମ୍ବାଇ: ଶୁକ୍ରବାର ଦିନ କାରବାର ଆରମ୍ଭ ହେବା ମାତ୍ରେ ସେୟାର୍‌ ବଜାରର ସେନ୍‌ସେକ୍ସ ୧୪୦୦ରୁ ଅଧିକ ପଏଣ୍ଟ୍‌ ଖସିଯାଇଛି।

ମିଳିଥିବା ସୂଚନା ଅନୁସାରେ, ସେସନ୍‌ ଆରମ୍ଭରେ ବିଏସ୍‌ଇ ସେନ୍‌ସେକ୍ସ୍‍ ୧୪୫୯ ପଏଣ୍ଟ୍‌ ଖସି ୩୭, ୦୧୧. ୦୯ରେ ବ୍ୟବସାୟ ହୋଇଥିବା ବେଳେ ନିଫ୍‌ଟି ୩୬୨. ୩୦ ପଏଣ୍ଟ୍‌ ଖସି ୧୦, ୯୦୬. ୭୦ରେ ବ୍ୟବସାୟ ହୋଇଛି।

ଦୁର୍ବଳ ଆର୍ଥିକସ୍ଥିତି ଯୋଗୁଁ ଗୁରୁବାର ସନ୍ଧ୍ୟାରେ ରିଜର୍ଭ ବ୍ୟାଙ୍କ୍‌ କଟକଣା ଜାରି କରିବାରୁ ୟେସ୍‌ ବ୍ୟାଙ୍କ୍‌ର ସେୟାର୍‌ ୧୫% କମିଯାଇଛି।
କେବଳ ୟେସ୍‌ ବ୍ୟାଙ୍କ୍‌ ନୁହେଁ ଏସ୍‌ବିଆଇ ସେୟାର୍‌ ମଧ୍ୟ ୭% କମିଯାଇଛି। ଟିସିଏସ୍‌, ଟେକ୍‌ ମହିନ୍ଦ୍ରା, ଟାଟା ମୋଟରର୍ସ, ଆର୍‌ଆଇଏଲ୍‌, ଆଇସିଆଇସି ବ୍ୟାଙ୍କ୍‌ର ସେୟାର୍‌ ମଧ୍ୟ କମିଯାଇଛି।

କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଥିବା କାରଣରୁ ନିବେଶକମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ବୋଲି ସମୀକ୍ଷକମାନେ କହୁଛନ୍ତି।

ସମ୍ବନ୍ଧିତ ଖବର