କଂଗ୍ରେସର ସ୍ଥିତି ନେଇ ଥରୁର୍‌ଙ୍କ ଅସନ୍ତୋଷ

ଅନିଶ୍ଚିତତା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ଦଳ ଭିତରେ ଅନିଶ୍ଚିତତାର ବାତାବରଣ ଲାଗି ରହିଛି। ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରଠାରୁ ଲାଗି ରହିଥିବା ଏଭଳି ଅବସ୍ଥା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି ବୋଲି ବରିଷ୍ଠ ନେତା ଶଶି ଥରୁର୍‌ କହିଛନ୍ତି। ଦଳ କୌଣସି ଯୁବ ନେତାଙ୍କ ହାତରେ ସଭାପତି ଦାୟିତ୍ବ ନ୍ୟସ୍ତ କଲେ ସେ ଏହାକୁ ସମର୍ଥନ କରିବେ ବୋଲି ମଧ୍ୟ କହିଛନ୍ତି। ଦଳର ସବୁ ଗୁରୁତ୍ବପୂର୍ଣ୍ଣ ପଦ ପାଇଁ ନିର୍ବାଚନ କରାଯାଇ ସଂଗଠନକୁ ଶୃଙ୍ଖଳିତ ରଖାଯିବା ଆବଶ୍ୟକ ବୋଲି ଥରୁର୍‌ ମତ ଦେଇଛନ୍ତି। ସେକହିଛନ୍ତି, କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ନହେବା ପର୍ଯ୍ୟନ୍ତ କଂଗ୍ରେସ ସାଧାରଣ ସଂପାଦିକ ପ୍ରିୟଙ୍କା ଗାନ୍ଧୀ ଏହି ପଦରେ ରହିବେ କି ନାହିଁ ସେ ନେଇ ନିଷ୍ପତ୍ତି ନିଅନ୍ତୁ। ତେବେ ପ୍ରିୟଙ୍କା ନିର୍ବାଚନ ଲଢ଼ିବେ କି ନାହିଁ ତାହା ଗାନ୍ଧୀ ପରିବାରର ନିଷ୍ପତ୍ତି ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର