କଂଗ୍ରେସର ନିଜସ୍ୱ ଭୋଟ କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ ସାଂସଦ ଶଶି ଥରୁର

ନୂଆଦିଲ୍ଲୀ:କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ପୁଣି ଥରେ ନିଜର ବିବାଦୀୟ ବୟାନଲାଗି ଚର୍ଚ୍ଚାରେ ଅଛନ୍ତି। ଏଥର ସେ ପୁଣି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ନିଜସ୍ୱ ଭୋଟ କୁଆଡେ ଗଲା ତାହା ଦଳ ବିଚାର କରିବା ଆବଶ୍ୟକ।

ଶଶି ଥରୁର ଗତକାଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏନଏସୟୁଆଇ ତରଫରୁ ଆୟୋଜିତ ଏକ ଉତ୍ସବରେ ଏକଥା କହିଛନ୍ତି।ସେ କହିଛନ୍ତି ଯେ, କଂଗ୍ରେସ ୨୦୧୪ରେ ୧୯ ପ୍ରତିଶତ ଭୋଟ ହାସଲ କରିଥିଲା । ୨୦୧୯ରେ ମଧ୍ୟ ସମାନ ପ୍ରତିଶତ ଭୋଟ ମିଳିଥିଲା । ଅପରପକ୍ଷରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପିକୁ ୨୦୧୪ରେ ୩୧ ପ୍ରତିଶତ ଭୋଟ ମିଳିଥିବା ବେଳେ ୨୦୧୯ରେ ୩୭ ପ୍ରତିଶତ ଭୋଟ ମିଳିଥିଲା । ଏଭଳି ପରିସ୍ଥିତିରେ କଂଗ୍ରେସର ପାରଂପାରିକ ଭୋଟ କୁଆଡେ ଗଲା ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

ଶଶି ଥରୁର କହିଛନ୍ତି ଯେ ତାଙ୍କ ବୟାନର ଭୁଲ ଅର୍ଥ ବାହାର କରାଯାଉଛି।  କାରଣ ସମସ୍ତେ ଭାବୁଛନ୍ତି ମୁଁ କୁଆଡ଼େ ମୋଦୀଙ୍କର ପ୍ରଶଂସା କରୁଛି। ଏହାସହ ସେ ପୂର୍ବରୁ ମୋଦୀଙ୍କୁ କେବେ ପ୍ରଶଂସା କରିଥିଲେ ତାହାର ପ୍ରମାଣ କେହି ଦେଖାଇପାରିବେ କି ବୋଲି ସେ ପ୍ରଶ୍ନ କରିଥିଲେ । ଏପରିକି ମିଡିଆ ତାଙ୍କ ଉକ୍ତିକୁ ଭୁଲ ଢଙ୍ଗରେ ଦେଖାଉଛି ବୋଲି ମଧ୍ୟ ସେ କହିଥିଲେ ।

थरूर ने कांग्रेस को फिर दिखाया आईना, कहा- पता लगाएं हमारे वोटर्स कहां गए
photo-news18

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସକୁ ସେହି ଲୋକଙ୍କୁ ଦଳକୁ ଫେରାଇ ଆଣିବାକୁ ପଡିବ, ଯେଉଁମାନେ କଂଗ୍ରେସ ବଦଳରେ ବିଜେପି ପାଇଁ ଭୋଟ କରୁଛନ୍ତି । ସେମାନେ ଦଳକୁ ଫେରିଲେ କଂଗ୍ରେସ ସଶକ୍ତ ହେବ ବୋଲି ମତ ରଖିଛନ୍ତି।

 

 

ସମ୍ବନ୍ଧିତ ଖବର