ଆଦିତ୍ୟ ଉପ ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରନ୍ତୁ: ଅଠାୱାଲେ

ମୁମ୍ବାଇ : ଆଦିତ୍ୟ ଠାକ୍‌ରେଙ୍କ ଉପ ମୁଖ୍ୟମନ୍ତ୍ରୀତ୍ବକୁ ନେଇ ଶିବସେନା ସନ୍ତୁଷ୍ଟ ହେଉ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ତଥା ଆର୍‌ପିଆଇ ନେତା ରାମ୍‌ଦାସ ଅଠାୱାଲେ କହିଛନ୍ତି। ଶିବ ସେନା ପାଞ୍ଚ ବର୍ଷ ପାଇଁ ଆଦିତ୍ୟଙ୍କ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଗ୍ରହଣ କରୁ ବୋଲି ଅଠାୱାଲେ କହିଛନ୍ତି। ସେ ଆହୁରି କହିଛନ୍ତି, ୫୦:୫୦ ଫର୍ମୁଲାକୁ ବିଜେପି ଗ୍ରହଣ କରିବ ବୋଲି ତାଙ୍କର ବିଶ୍ବାସ ହେଉନାହିଁ। ମହାରାଷ୍ଟ୍ରର ଲୋକେ ଏନ୍‌ଡିଏ ମେଣ୍ଟକୁ ସର୍ବାଧିକ ଭୋଟ୍‌ ଦେଇଛନ୍ତି। ସଂଖ୍ୟା ଦୃଷ୍ଟିରୁ ବିଜେପି ଭାଗରେ ମୁଖ୍ୟମନ୍ତ୍ରୀ ପଦବୀ ଏବଂ ଶିବସେନା ଉପ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସନ୍ତୁଷ୍ଟ ରହିବା ଉଚିତ୍‌ ବୋଲି କେନ୍ଦ୍ରମନ୍ତ୍ରୀ ଅଠାୱାଲେ କହିଛନ୍ତି। ଆସନ୍ତା ଚାରି ପାଞ୍ଚ ଦିନ ମଧ୍ୟରେ ଉଭୟ ଦଳ ଆଲୋଚନା କରି ଏ ପ୍ରସଙ୍ଗର ସମାଧାନର ରାସ୍ତା ବାହାର କରିବେ ବୋଲି ଅଠାୱାଲେ ଆଶା ‌ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମହା‌ରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସର୍ବାଧିକ ଆସନରେ ବିଜୟୀ ହୋଇଛନ୍ତି। ବିଜେପି ସର୍ବ‌ାଧିକ ୧୦୫ରେ ବିଜୟୀ ହୋଇଥିବାବେଳେ ଶିବସେନା‌ ୫୬ଟି ଆସନରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର