କଏଦୀଙ୍କ ଖାଦ୍ୟ ଖାଇବେ ନାହିଁ ସିଦ୍ଧୁ, ମିଳିବ ସ୍ପେଶାଲ ଖାନା

ଚଣ୍ଡୀଗଡ଼: ରୋଡ଼ରେଜ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁ ଏବେ ପଟିଆଲା କେନ୍ଦ୍ରୀୟ ଜେଲରେ ଅଛନ୍ତି। ତାଙ୍କୁ ଏକ ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ଜେଲରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ତାଙ୍କର ଫ୍ୟାଟି ଲିଭରର ସମସ୍ୟା ଥିବାରୁ କମ୍ ଚର୍ବି ଏବଂ ଫାଇବର ଖାଦ୍ୟ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଆଉ ଏସଂକ୍ରାନ୍ତରେ ସ୍ପେଶାଲ ଖାଦ୍ୟ ଦେବାକୁ ଆଜି ସେ ପଟିଆଲାର କୋର୍ଟରେ ଆବେଦନ କରିଥିଲେ | ତେବେ ବିଚାରପତି ତାଙ୍କୁ ସ୍ୱତନ୍ତ୍ର ଖାଦ୍ୟ ଖାଇବାକୁ ଅନୁମତି ଦେଇଛନ୍ତି |

ମିଳିଥିବା ସୂଚନା ମୁତାବକ ଡାକ୍ତରମାନେ ତାଙ୍କୁ ଓଜନ ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ । ଆଉ ସିଦ୍ଧୁ ଜେଲରେ ସ୍ୱତନ୍ତ୍ର ଖାଦ୍ୟ ପାଇଁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କୁ ନିବେଦନ କରିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନେଇ ପରୀକ୍ଷା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ, ଯକୃତ ସଂକ୍ରମଣ ଏବଂ ଫ୍ୟାଟି ଲିଭର ସମସ୍ୟା ସାମ୍ନାକୁ ଆସିଥିବାରୁ ବର୍ତ୍ତମାନ ଜେଲ୍ ପ୍ରଶାସନ ସିଦ୍ଧୁଙ୍କ ପାଇଁ ଏକ ମେଡିକାଲ୍ ବୋର୍ଡ ଗଠନ କରିଛି, ଯାହା ତାଙ୍କ ଡାଏଟ୍ ପ୍ଲାନ ପ୍ରସ୍ତୁତ କରିବ | ଅନ୍ୟପକ୍ଷରେ, ରାଜେନ୍ଦ୍ର ହସ୍ପିଟାଲର ଡାଏଟିସିଆନ୍ କହିଛନ୍ତି ଯେ ସିଦ୍ଧୁଙ୍କ ପାଇଁ ସୁପ୍, କାକୁଡି, ବିଲାତି ବାଇଗଣ, ଜୁସ ଏବଂ ହାଇ ଫାଇବର ଖାଦ୍ୟ ଦେବାକୁ ସୁପାରିଶ କରାଯାଇଛି |

ସମ୍ବନ୍ଧିତ ଖବର