୩୫ବର୍ଷ ବୟସରେ ଆର ପାରିକୁ ଚାଲିଗଲେ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲଙ୍କ ପୁଅ ଆଦିତ୍ୟ

ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲଙ୍କ ପରିବାରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାତ୍ର ୩୫ବର୍ଷ ବୟସରେ କଣ୍ଠଶିଳ୍ପୀ ଅନୁରାଧାଙ୍କ ପୁଅ ଆଦିତ୍ୟଙ୍କ ଦେହାନ୍ତ ହୋଇଥିବା ଜଣା ପଡ଼ିଛି। ଦୀର୍ଘ ସମୟ ଧରି ଆଦିତ୍ୟ କିଡନୀ ଜନିତ ସମସ୍ୟାରେ ପୀଡିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏବେ କିଡନୀ ଫେଲ ହେତୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି |

ତେବେ ଅନୁରାଧା ପୋଡୱାଲଙ୍କ ପୁଅ ଆଦିତ୍ୟଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଥିବା ନେଇ ଗାୟକ-ସଂଗୀତକାର ଶକର ମହାଦେବନ୍ ସୂଚନା ଦେଇଛନ୍ତି।

Singer Anuradha Paudwal's Son Aditya Passes Away at 35
The Quint

ଫେସବୁକରେ ଏହି ଦୁଃଖଦ ଖବରକୁ ନିଶ୍ଚିତ କରି ଶଙ୍କର ମହାଦେବନ ଲେଖିଛନ୍ତି – ଏହି ଖବର ଶୁଣିବା ପରେ ମୋ ହୃଦୟ ଭାଙ୍ଗିଯାଇଛି | ଆମର ପ୍ରିୟ ଆଦିତ୍ୟ ପୋଡୱାଲ ଆଉ ଏହି ଦୁନିଆରେ ନାହାଁନ୍ତି | ମୁଁ ଏହି ଖବରକୁ ବିଶ୍ୱାସ କରିପାରୁ ନାହିଁ | ସେ ଜଣେ ଚମତ୍କାର ସଂଗୀତଜ୍ଞ ଏବଂ ଜଣେ ଭଲ ବ୍ୟକ୍ତି ଥିଲେ। ଦୁଇ ଦିନ ପୂର୍ବେ ମୁଁ ଏକ ଗୀତ ଗାଇଥିଲି, ଯାହାର ପ୍ରୋଗାମିଂ ସେ ବହୁତ ସୁନ୍ଦରଭାବେ କରିଥିଲେ | ବର୍ତ୍ତମାନ ଏହି ଖବର ଆସିବା ପରେ ଆଚାନକ ହୃଦୟ ଭାଙ୍ଗିଯାଇଛି | ମୁଁ ତୁମକୁ ବହୁତ ଭଲ ପାଏ ଭାଇ, ମୁଁ ତୁମକୁ ମନେ ପକାଇବି |

୨୦୨୦ବର୍ଷ ସବୁ କ୍ଷେତ୍ରରେ ଖରାପ ପ୍ରମାଣିତ ହେଉଛି | କରୋନା ଭୂତାଣୁ ବିସ୍ତାର କମ ହେବାର ନାଁ ନେଉ ନଥିବା ‌ବେଳେ ଅନେକ ଲୋକପ୍ରିୟ କଳାକାର ଏବଂ ସେମ‌ାନଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ହେବାର ଖବର ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର