ଅକ୍ସିଜେନ ସିଲିଣ୍ଡର ଦେବି, ମୋ ସହ ରାତି କଟାଅ: ଦୁଃଖୀ ଝିଅକୁ ଏମିତି କହିଲେ ପଡୋଶୀ

ନୂଆଦିଲ୍ଲୀ: କରୋନା ଭାଇରସରେ ପୀଡିତ ଲୋକ ଏବଂ ସେମାନଙ୍କ ପରିବାରକୁ କିଛି ଅମାନୁଷିକ ତଥା ଲଜ୍ଜାଜନକ ଘଟଣାର ସାମ୍ନା କରିବାକୁ ପଡୁଛି । ନିକଟରେ ଏକ ଟୁଇଟର ପୋଷ୍ଟ ମାଧ୍ୟମରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଝିଅ ଯିଏ କି ତାଙ୍କ ପିତାଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ସାହାଯ୍ୟ ମାଗୁଥିବାବେଳେ, ପଡୋଶୀ ଜଣକ ତାଙ୍କୁ ତାଙ୍କ ସହିତ ଶୋଇବାର ସର୍ତ୍ତ ଦେଇଛନ୍ତି ।

ସୋସିଆଲ ମିଡିଆ ମାଧ୍ୟମରେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଭାବରୀନ କାନ୍ଧାରୀ ନାମକ ଜଣେ ଟୁଇଟର ୟୁଜର୍ସ ଏହାକୁ ଟୁଇଟ୍ କରି ଏହି ଘଟଣାକୁ ସାର୍ବଜନୀନ କରିଥିଲେ। ସେ ଲେଖିଛନ୍ତି, ମୋ ସାଙ୍ଗର ଭଉଣୀ ତାଙ୍କ ପିତାଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଆବଶ୍ୟକ କରୁଥିବାବେଳେ ତାଙ୍କ ପଡ଼ୋଶୀ ତାଙ୍କୁ ସିଲିଣ୍ଡର ବଦଳରେ ତାଙ୍କ ସହିତ ଶୋଇବାକୁ କହିଥିଲେ। ଏହା ଉପରେ କ’ଣ ପଦକ୍ଷେପ ନିଆଯିବ?


ତେବେ ଏହା ପ୍ରଥମ ଘଟଣା ନୁହେଁ | ସୋସିଆଲ ମିଡିଆ ମାଧ୍ୟମରେ ଏହିପରି ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଅନ୍ୟ ଏକ ମାମଲାରେ ଟୁଇଟ୍ କରିବା ସମୟରେ ଜଣେ ଯୁବତୀ କହିଛନ୍ତି ଯେ ଯେତେବେଳେ ସେ ନିଜର ସମ୍ପର୍କୀୟଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ ଯୋଗାଯୋଗ କରିଥିଲେ, ସେତେବେଳେ ଫୋନ ଉଠାଇଥିବା ବ୍ୟକ୍ତି ଜଣକ କହିଥିଲେ ଯେ “ମ୍ୟାଡାମ୍, ମୁଁ କେବଳ ଗ୍ରାହକଙ୍କୁ ଝିଅ ଯୋଗାଏ ଏବଂ ଅନ୍ୟ କିଛି ନୁହେଁ |”

ସମ୍ବନ୍ଧିତ ଖବର