ଆମେଥିରେ ଘର ତୋଳିବେ ସ୍ମୃତି ଇରାନୀ

ଆମେଥି(ଉତ୍ତରପ୍ରଦେଶ) : ଗତ ଲୋକସଭା ନିର୍ବାଚନ ଯାଏ କଂଗ୍ରେସର ଦୁର୍ଗ ଭାବେ ପରିଚିତ ଉତ୍ତରପ୍ରଦେଶର ଆମେଥି ସଂସଦୀୟ କ୍ଷେତ୍ରରୁ ବିଜୟିନୀ ହୋଇଥିବା ବରିଷ୍ଠ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ନିର୍ବାଚନମଣ୍ଡଳୀର ସ୍ଥାୟୀ ବାସିନ୍ଦା ହେବେ ବୋଲି ଜଣାଯାଇଛି। ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ସେ ଆମେଥି ନିକଟ ଗୌରୀଗଞ୍ଜରେ ନିଜ ଘର ତୋଳି ରହିବେ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ଜାଗା କିଣା ସରିଛି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଚାଲୁ ରହିଛି ବୋଲି ତାଙ୍କ ମୁଖପାତ୍ର ବିଜୟ ଗୁପ୍ତା କହିଛନ୍ତି। ସୂଚନାଯୋଗ୍ୟ, କିଛି ବର୍ଷ ତଳେ ସ୍ମୃତି ଆମେଥି ଭୋଟରଙ୍କୁ କହିଥିଲେ ଯେ ସେମାନଙ୍କୁ ନିଜର ଲୋକପ୍ରତିନିଧିଙ୍କୁ ଭେଟିବା ଲାଗି ଆଉ ନୂଆଦିଲ୍ଲୀରେ ଡେରା ପକାଇବା ଦରକାର ପଡ଼ିବନି। ସେ ଆମେଥିରେ ହିଁ ଘର ତୋଳି ଲୋକଙ୍କ ଗହଣରେ ରହିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର