ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରାଯାଇଛି | ଜୁଲାଇରେ ଧାର୍ଯ୍ୟ ହୋଇଥିବା ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ସିବିଏସଇ ନେଇଥିବା ନିଷ୍ପତ୍ତି  ବିଷୟରେ ସଲିସିଟର ଜେନେରାଲ୍ ତୁଷାର ମେହତା ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି  । ସମଗ୍ର ଦେଶରେ କୋଭିଡ-୧୯ର ସଂକ୍ରମଣକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀ ପାଇଁ ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସରକାରଙ୍କଠାରୁ ଜବାବ ମାଗିଥିଲେ। ଏହାର ଜବାବ ରଖି ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି  ବୋଲି ଅଦାଲତକଙ୍କୁ ସୂଚାଇ ଥିଲେ|  ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଆହୁରି ସୂଚିତ କରିଛି ଯେ, ସିଆଇଏସସିଇ ଏହି ଆଦେଶକୁ ଅନୁସରଣ କରିବ ଏବଂ ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିବ |

प्रतीकात्मक फोटो
aajtak.intoday.in

ପୂର୍ବରୁ ଅବଶିଷ୍ଟ ସିବିଏସଇ ପରୀକ୍ଷା ବାତିଲ କରିବା ନେଇ କିଛି ପରୀକ୍ଷାର୍ଥୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର କୋର୍ଟରେ ଏହାର ଶୁଣାଣି ହୋଇଥିଲା। ଏ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ମଗାଯିବା ସହ ଚୂଡ଼ାନ୍ତ ନିଷ୍ପତ୍ତି ଜୁନ୍ ୨୫ରେ ନିଆଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ | ସୁପ୍ରିମକୋର୍ଟ ଜବାବ ମାଗିବା ପରେ ଆଜି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ  ପରୀକ୍ଷାକୁ ବାତିଲ କରାଯିବ ବୋଲି ଜଣାଇଥିଲେ।

ସମ୍ବନ୍ଧିତ ଖବର