ଫୁଲତୋଡ଼ା ସହ ସେଲ୍ଫି ଉଠାଇ ୧୫୦ ଜଣ ମତଦାତାଙ୍କୁ ସ୍ୱାଗତ କରିବାକୁ ବ୍ୟବସ୍ଥା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୮ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଏଥର ୧୫୦ ଜଣ ଶତାୟୁ ଭୋଟର ଭୋଟ ଦେବେ | ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂ କହିଛନ୍ତି ଯେ ଶତାୟୁ ମତଦାତାଙ୍କୁ ସମସ୍ତ ପ୍ରକାର ସୁବିଧା ଦିଆଯିବ | ମତଦାନ କେନ୍ଦ୍ରରେ ଫୁଲତୋଡ଼ା ଦେଇ ସ୍ୱାଗତ କରାଯିବା ସହ ନିର୍ବାଚନ ପାଇଁ ନିୟୋଜିତ ଅଧିକାରୀ ସେମାନଙ୍କ ସହ ସେଲ୍ଫି ଉଠାଇବେ |

PHOTO-ONEINDIA

ସେହିପରି ଶତାୟୁ ଭୋଟରଙ୍କ ଘରକୁ ବରିଷ୍ଠ ଅଧିକାରୀମାନେ ଯାଇ ସେମାନଙ୍କୁ ମତଦାନ କେନ୍ଦ୍ର ଯାଏଁ ନେଇକି ଯିବେ | ସେହିପରି ୮୦ ବର୍ଷରୁ ଉର୍ଦ୍ଧ୍ବ ଭୋଟରମାନଙ୍କ ପାଇଁ ରିକ୍ସାର ବ୍ୟବସ୍ଥା କରାଯାଇଛି | ଯେଉଁ ଭୋଟରମାନେ ଭୋଟଦାନ କେନ୍ଦ୍ରକୁ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ସେମାନେ କିନ୍ତୁ ପ୍ରଥମେ ଅନଲାଇନ ପଞ୍ଜିକରଣ କରିବେ |

ଆଜି ସନ୍ଧ୍ୟା ୫ଟା ମଧ୍ୟରେ ଇ ରିକ୍ସା ପାଇଁ ପଞ୍ଜିକରଣ କଲେ ସେମାନଙ୍କ ଘରେ ଇ ରିକ୍ସା ପହଂଚିଯିବ | ଏଥିପାଇଁ ଭୋଟରମାନଙ୍କୁ ବୟସ ପ୍ରମାଣପତ୍ର ସହ ଭୋଟର କାର୍ଡ ଦାଖଲ କରିବାକୁ ପଡିବ | ଏହି ରିକ୍ସା ସୁରକ୍ଷିତ ଭାବେ ୮୦ ବର୍ଷରୁ ଅଧିକ ଭୋଟରଙ୍କୁ ମତଦାନ କେନ୍ଦ୍ର ଯାଏଁ ଆଣିବା ସହ ଭୋଟଦାନ ପରେ ସେମାନଙ୍କୁ ଘରେ ନେଇ ଛାଡିବ |

ସମ୍ବନ୍ଧିତ ଖବର